ଅର୍ଗସ ବ୍ୟୁରୋ : ଓଡିଶା ପାଇଁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଏ ନେଇ ପିଏମଓ ଅଫିସରୁ ସୂଚନା ପ୍ରକାଶ ପାଇଛି। ସେହିପରି ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି।
ବିପର୍ଯ୍ୟୟ ସମୟରେ ସମ୍ପର୍କୀୟଙ୍କୁ ହରାଇଥିବା ପରିବାର ପ୍ରତି ମୋଦି ଗଭୀର ଦୁଖ ପ୍ରକାଶ କରିଥିଲେ। ସେହିପରି ବାତ୍ୟା ୟଶରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ 50,000 ଟଙ୍କା ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ପ୍ରଭାବିତ ଅଞ୍ଚଳରେ ଏରିଏଲ ସର୍ଭେ କରିଥିଲେ। ପରେ କ୍ଷୟକ୍ଷତି ଆକଳନ ହୋଇ ଏହି ଘୋଷଣା ହୋଇଛି। ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଏରିଏଲ ସର୍ଭେ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିଲେ। ବାତ୍ୟା ୟଶରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଆକାଶମାର୍ଗରୁ ବୁଲି ଦେଖିଥିଲେ । ଏହାପରେ ପୂର୍ବ ମେଦିନୀପୁର ଅଞ୍ଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିଥିଲେ।