25ରେ ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଆଉ ସେଥିପାଇଁ ଭବ୍ୟ ଆୟୋଜନର ପ୍ରସ୍ତୁତି । ଲକ୍ଷ୍ମୌର ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମରେ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି । 50 ହଜାର ଦର୍ଶକ ବସିବାର କ୍ଷମତା ଥିବା ଏଇ ଷ୍ଟାଡିୟମରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବରେ ପାଖାପାଖି 45 ହଜାର ଲୋକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।
ଉଭୟ କେନ୍ଦ୍ର ଓ ୟୁପି ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ସାମିଲ ହେବେ ଯୋଗୀଙ୍କ ଶପଥପାଠ ଉତ୍ସବରେ । 200 ଭିଭିଆଇପି ବି ଉପସ୍ଥିତ ରହିବେ । ନିମନ୍ତ୍ରଣ ଯାଇଛି ସ୍ୱତନ୍ତ୍ର ଅତିଥୀମାନଙ୍କ ପାଖକୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥି ସାମିଲ ହେବେ । ସେହିଭଳି ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ବି ନିମନ୍ତ୍ରଣ କରିଛନ୍ତି ଯୋଗୀ । ପାଳନ ହେବ ବଡ଼ ଉତ୍ସବ। ମୋଦି-ଅମିତ ଶାହା ଏବଂ ତାଙ୍କ ସହ ଧର୍ମେନ୍ଦ୍ରଙ୍କ ସଫଳ ପରିଚାଳନା ପାଖାପାଖି 4 ଦଶନ୍ଧିର ଇତିହାସ ଭାଙ୍ଗିଛି ଉତ୍ତରପ୍ରଦେଶ ।
ୟୁପିରେ ଆଣ୍ଟି ଇନକଂବନାସୀକୁ ସାମ୍ନା କରିଥିଲା ମୋଦିଙ୍କ ଗରିବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, କୋରୋନାର ଡବଲ ଡୋଜ୍ ଚାଉଳ-ଡାଲି ମହିଳାଙ୍କ ଜନଧନ ଖାତାରେ ସିଧାସିଧା କୋରୋନା ସହାୟତା ଟଙ୍କା, ରୋଷେଇ ଘରେ ମାଗଣା କୋରୋନା ଉଜ୍ଜ୍ୱଳା ଗ୍ୟାସ, ଶ୍ରମିକ, ନିର୍ମାଣ ଶ୍ରମିକ କୋଭିଡ ଫେରନ୍ତା ପ୍ରବାସୀ ଶ୍ରମିକ, ମନରେଗାରେ ଅତିରିକ୍ତ କାମ ଯଦି ୟୁପି ଭଳି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପି ପାଇଁ କମାଲ୍ ଦେଖାଇଲା । 24 ସାଧାରଣ ନିର୍ବାଚନ ପୂର୍ବରୁ ଆହୁରି 7 ଟି ବଡ଼ ରାଜ୍ୟର ବିଧାନସଭା ଲଢେଇ । ଗୁଜରାଟ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ଆଦି । 7 ରୁ 6 ରାଜ୍ୟରେ ବିଜେପି-କଂଗ୍ରେସର ସିଧା ଲଢେଇ ।
ବିଜେପି ଶାସନରେ ଥିବା ଗୁଜରାଟ, ହିମାଚଳ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ତୃତୀୟ ଦଳର ଉପସ୍ଥିତି ନାହିଁ । ସେହିପରି କଂଗ୍ରେସ ଶାସନରେ ଥିବା ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଛଡା ତୃତୀୟ ବିରୋଧୀ ଦଳ ନାହିଁ । ଏବେ 22 ସେମିଫାଇନାଲ ସରିଛି । 5 ରୁ 4 ରେ ବିଜେପି କରିଛି ସରକାର । 2024ରେ ଫାଇନାଲ୍ । ଯୋଗୀଙ୍କ ଦ୍ୱିତୀୟ ପାଳି, ମୋଦିଙ୍କ ତୃତୀୟ ପାଳି ପାଇଁ ରାସ୍ତା ଖୋଲିଛି କି ।