ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାରର ଅନ୍ତିମ ଦିନରେ ପଲାମୁରେ ପ୍ରଚାର ବେଳେ ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହୁସେନାବାଦର କର୍ପୁରୀ ମୈଦାନରେ ଜନସଭାକୁ ସମ୍ବୋଧିତ ବେଳେ ଯୋଗୀ କହିଛନ୍ତି, ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ବଦନାମ କରିସାରିଛନ୍ତି ହେମନ୍ତ ସୋରେନ୍ ସରକାର। ଝାଡଖଣ୍ଡର ସନ୍ଥାଳ ପ୍ରଗଣାରେ ଆଦିବାସୀଙ୍କ ଜନସଂଖ୍ୟା କମୁଛି। ଏଠାରେ ମାଟି , ରୋଟି ଓ ବେଟି କେହି ବି ସୁରକ୍ଷିତ ନଥିବା କହିଛନ୍ତି ଯୋଗୀ । ହୁସେନାବାଦରେ କମଳେଶ ସିଂହ ଶତାଧିକ ମନ୍ଦିର ନିର୍ମାଣ କରିଛନ୍ତି। ଏତେ ସଂଖ୍ୟାରେ ମନ୍ଦିର ଯେ ଏହାର ନାମ ରାମନଗର ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଯୋଗୀ ।
ଅଧିକ ପଢ଼ନ୍ତୁ ଦେଶ ଖବର: