ଏହି ପାର୍ଟି ହେଉଛି ଆତଙ୍କବାଦର ପ୍ରକୃତ ସମର୍ଥକ। ଆମ୍ ଆଦମି ପାର୍ଟି ଖାଲି ଆତଙ୍କବାଦକୁ ସମର୍ଥକ କରୁନି ଭାରତ ଯବାନଙ୍କ ବାହାଦୁରୀର ପ୍ରମାଣ ବି ମାଗଛି। ଖାଲି ସେତିକି ନୁହେଁ ଦିଲ୍ଲୀରୁ ଆସିଥିବା ଆମ୍ ଆଦମି ପାର୍ଟି ଅଯୋଧ୍ୟାରେ ରାମମନ୍ଦିରକୁ ବି ବିରୋଧ କରିବାକୁ ପଛାଉନି।
ଯେତେବେଳେ ଭାରତ ଯବାନ ପାକିସ୍ତାନ କୁ ଯାଇ ସରଜିକାଲ ଷ୍ଟ୍ରାଇକ୍ କରୁଛି ସେତେବେଳେ ଏ ଆପ୍ ବାହାଦୁର ଯବାନଙ୍କୁ ଏହାର ପ୍ରମାଣ ମାଗୁଛି। ପାକିସ୍ତାନ ଚିଲ୍ଳେଇ କି କହୁଛି ଭାରତ ଯବାନ ଆମର ଅଣ୍ଟା ଭାଙ୍ଗିଦେଲେ କିନ୍ତୁ ଆମ୍ ଆଦମି ପାର୍ଟିକୁ ଏହାର ବି ପ୍ରମାଣ ଦରକାର। ଆତଙ୍କବାଦ ଏବଂ ଭ୍ରଷ୍ଟାଚାର ଆପ୍ର ଜିନ୍ର ଏକ ଅଂଶ ।
ଯିଏ ଭ୍ରଷ୍ଟାଚାରୀ ଏବଂ ଆତଙ୍କବାଦକୁ ସମର୍ଥନ କରୁଛି ସେଭଳି ପାର୍ଟିକୁ ଭୋଟ୍ ଦେଇ ନିଜର ମତଦାନ କଳଙ୍କିତ ନ କରନ୍ତୁ ବୋଲି ସିଏମ ଯୋଗି ଜନତାଙ୍କୁ ଅନୁରୋଧ କରିଛନ୍ତି। ଗୁଜୁରାଟର ଏକ ରାଲିରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ଆପ୍ କୁ ଏଭଳି ଧୋଇଥିଲେ ସିଏମ ଯୋଗୀ।