ଜନଗହଳି ପୂର୍ଣ୍ଣ ସ୍ଥାନ। ସମସ୍ତେ ନାଚ ଗୀତ କରିବା ପାଇଁ ଏକତ୍ରିକ ହୋଇଥାନ୍ତି। କାହା ପାଖରେ ବି ସମୟ ନାହିଁ କାହାକୁ ଦେଖିବା ପାଇଁ। ଠିକ ଏହି ସମୟରେ ଗହଳି ଭିତରୁ ଗୋଟିଏ ଝିଅ ବାହାରିଲା। ଭିନ୍ନ ଅନ୍ଦାଜରେ ନାଚି ନାଚି ଆସିଲା। ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ସମସ୍ତେ ତାକୁ ବୁଲି ବୁଲି ଚାହୁଁଥାନ୍ତି। କୁହାଯାଏ , ଯଦି ସମସ୍ତଙ୍କ ଦୃଷ୍ଟିକୁ ଆସିବାକୁ ଚାହୁଁଛ ତେବେ କିଛି ଅଲଗା କର।
ଆଉ ଏହି ଝିଅଟି ମଧ୍ୟ ସମସ୍ତଙ୍କଠାରୁ ଭିନ୍ନ କରିଦେଖାଇଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ନାଚିବା ସମସ୍ତଙ୍କୁ ଭଲ ଲାଗେ। ହେଲେ ଏହା ସମସ୍ତେ କରିପାରନ୍ତି ନାହିଁ। ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ। ଯାହା ଆମ ଜୀବନର ଗତିପଥ ସ୍ଥିର କରିଥାଏ। ତେଣୁ ପ୍ରତ୍ୟେକ ସମୟରେ ଆମେ ଆମ ଲକ୍ଷ୍ୟକୁ ଠିକରୂପେ ଜାଣିବା ଦରକାର।
ଭାରତ ଖବର ଆହୁରି ପଢ଼ନ୍ତୁ ।