ନୂଆଦିଲ୍ଲୀ: ସ୍ତ୍ରୀ ଓ ଛୋଟ ପିଲାକୁ ଛାଡି ହିରୋ ହେବା ପାଇଁ ମାୟାନଗରୀ ମୁମ୍ବାଇ ଚାଲିଗଲେ ଆଗ୍ରାର ଯୁବକ । ଗୋଟିଏ ବର୍ଷ ପରେ ମଧ୍ୟ ଘରକୁ ଆଉ ଫେରିଲେନି ସ୍ୱାମୀ । ସ୍ତ୍ରୀ ସହିତ କଥା ହୁଏ ସେ ପୁଣି କେବେ କେବେ । ସ୍ତ୍ରୀ ଗୋଟିଏ ବର୍ଷ ହେଲା ନିଜ ପିଲାକୁ ଧରି ବାପ ଘରେ ରହିଆସୁଛି ।
ସ୍ତ୍ରୀର କହିବାନୁଯାୟୀ ସ୍ୱାମୀ ତାଙ୍କ ଖର୍ଚ୍ଚ ପାଇଁ ପଇସା ପଠାଉଛି ନା ଦେଖା କରିବାକୁ ଆସୁଛି । ସ୍ତ୍ରୀ ମୁମ୍ବାଇରେ ଥିବା ସ୍ୱାମୀକୁ ଫେରିଆସିବା ପାଇଁ ଗୁହାରି ମଧ୍ୟ କରିଥିଲା ହେଲେ ସ୍ୱାମୀ ସଫା ସଫା ମନା କରିଦେଲା ମୁଁ ଆଉ ଯିବି ନାହିଁ । ପିଲାର ଦାୟିତ୍ୱ ନେବାକୁ ମଧ୍ୟ ମନା କରିଦେଲା । ପୀଡିତା ଜଣଙ୍କ ସ୍ୱାମୀ ବିରୋଧରେ ଏନେଇ ମହିଳା ଥାନାରେ ଏତଲା ଦେଇଛନ୍ତି ।
ସୂଚନାମୁତାବକ, 9 ବର୍ଷ ପୂର୍ବରୁ ସିକନ୍ଦରରେ ରହୁଥିବା ମହିଳା ଲକ୍ଷ୍ନୌର ଯୁବକଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ତ୍ରୀ ଜାଣିବାକୁ ପାଇଲେ ଯୁବକ ଜଣଙ୍କର କିଛି ରୋଜଗାର ନାହିଁ । ସ୍ତ୍ରୀଙ୍କ କହିବାନୁଯାୟୀ ଗୋଟିଏ ବର୍ଷ ପରେ ହଠାତ ସ୍ୱାମୀ ମୁମ୍ବାଇ ଯିବାକୁ ବାହାରି ପଡିଲେ ଆଉ କହିଲେ ମୁଁ ସେଠାକୁ ଯାଇ ଫିଲ୍ମରେ ହିରୋ ହେବି ।
ମନା କରିବା ସତ୍ତ୍ୱେ ମଧ୍ୟ ଯୁବକ ଜଣଙ୍କ ସ୍ତ୍ରୀ ଓ ପିଲାକୁ ଛାଡି ମୁମ୍ବାଇ ପଳାଇଲା ଫିଲ୍ମରେ କାମ କରିବା ପାଇଁ । ସେବେଠାରୁ ସ୍ତ୍ରୀ ସ୍ୱାମୀର ଅପେକ୍ଷା କରିଛି । ସ୍ତ୍ରୀ ଏପର୍ଯ୍ୟନ୍ତ ଜାଣି ନାହିଁ ଯେ ମୁମ୍ବାଇରେ ସ୍ୱାମୀ କଣ କରୁଛି । ମହିଳା ଜଣଙ୍କର ଅଭିଯୋଗ ଯେ, ସ୍ୱାମୀ ଫୋନ୍ରେ କଥା ହେବା ସମୟରେ କହିଲେ ମୁଁ ମୁମ୍ବାଇରେ ଆଉ ଜଣେ ଝିଅ ସହ ରହୁଛି, ତୁମ ସହ ଓ ତୁମ ପିଲା ସହ ମୋର କିଛି ସମ୍ପର୍କ ନାହିଁ । ମହିଳାର ଅଭିଯୋଗ କ୍ରମେ ପୋଲିସ୍ ମାମଲା ରୁଜୁ କରି ଯୁବକଙ୍କୁ ପଚରାଉଚରା ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କୁଚେ଼ଇବୁଢ଼ୀ ଠାରେ ଖୁବ୍ ଆନନ୍ଦର ସହିତ ଜଗତ ଜନନୀ ମା' ଲକ୍ଷ୍ମୀଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ୧୮୬ଜଣ ଭକ୍ତ କଳସ ନେଇ ଆସିଥିଲେ।
ଏହି ଯାତ୍ରା ରାଇରଙ୍ଗପୁର ଖଡ଼ଖାଇ ନଈରୁ ଆରମ୍ଭ କରି କୁଚେ଼ଇବୁଢ଼ୀ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଶେଷ ହୋଇଥିଲା। ତେବେ ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଆଜକୁ ବାୟାଳିସ ବର୍ଷ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ କୌଣସି ଭବ୍ୟ ମନ୍ଦିର ହୋଇ ପାରିନଥିଲା ତେବେ କମିଟି ମେମ୍ବର ଏବଂ ରାଇରଙ୍ଗପୁର ବାସୀଙ୍କ ସହଯୋଗରେ ଏହି ମନ୍ଦିରଟି ନିର୍ମାଣ ହୋଇଅଛି। ଏହି ଯାତ୍ରାଟି ରାଇରଙ୍ଗପୁର ପୋଲିସଙ୍କ ସୁରକ୍ଷାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ରେ ପାଣି ରେ ବୁଡି ଆତ୍ମହତ୍ୟା କରିଥିବା କହିଲା ପୋଲିସ। ସେପଟେ ପରିବାର ଲୋକ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି।
ଗତ 16 ତାରିଖରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ରାଜଗାଙ୍ଗପୁର ବ୍ଲକ୍ ରାମବାହାଲ ଘରକୁ ଫେରି ନ ଥିବାରୁ 17 ତାରିଖ ଦିନ ପରିବାର ପକ୍ଷରୁ ଉଦିତନଗର ଥାନାରେ ଦିଆଯାଇଥିଲା ମିସିଂ ରିପୋର୍ଟ। ସେଇଦିନ ସନ୍ଧ୍ୟାରେ ସୁସ୍ମିତା ଏକ ହୋଟେଲ ରେ ଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲା ପୋଲିସ। ପରିବାର ଲୋକେ ରାଜଗାଙ୍ଗପୁରରୁ ଆସି ପୋଲିସ ସହିତ ହୋଟେଲ ଯାଇ ସୁସ୍ମିତା ଙ୍କୁ ବୁଝାଶୁଝା କରିଥିଲେ । ଘରକୁ ଯିବା ପାଇଁ କହିଥିଲେ ପରିବାର ଲୋକେ ସୁସ୍ମିତା ମିଟିଂ ଥିବାନେଇ କହି ହୋଟେଲ ରହିଥିଲେ। 18 ତାରିଖ ସନ୍ଧ୍ୟାରେ ଟ୍ରାଫିକ୍ ଗେଟ୍ ନିକଟରେ ଥିବା ସେନସରି ପାର୍କ ପୋଖରୀରୁ ମୃତଦେହ ଜବତ କରିଥିଲା ପ୍ଲାଣ୍ଟ ସାଇଡ ପୋଲିସ। 19 ତାରିଖ ଦିନ ପରିବାର ଲୋକଙ୍କୁ ଖବର ଦେବାରୁ ସେ ଶବକୁ ଚିହ୍ନଟ କରିବା ପରେ ଜଣାପଡ଼ିଥିଲା କି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ବୋଲି। କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଗତ 20 ତାରିଖ ଦିନ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି ଲାକ୍ରା, ସିଡିପିଓ ଲାକ୍ରା ମାଡାମ ଓ ତାଙ୍କୁ ଜଗିରହିଥିବା ଏସ୍ଆଇ ଲଗୁନ୍ ମାଡାମଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ସେପଟେ 20 ତାରିଖରୁ ଅଭିଯୋଗ ହୋଇଥିଲେ ହେଁ ଏବେ ଯାଏଁ ଏଫ୍ଆଇର ରେଜିଷ୍ଟର ନ ହେବା ଏକ ପ୍ରକାର ସନ୍ଦେହ ସ୍ରୁଷ୍ଟି କରୁଛି। ଏଫ୍ଆଇର ଗ୍ରହଣ କରିବେ ନାହିଁ ବୋଲି ପ୍ଲାଣ୍ଟ ସାଇଡ ଆଇଆଇସି ଜ୍ୟୋତି ରଞ୍ଜନ ପତି ସିଧା ସଳଖ ମନା କରିଥିବା ସୁସ୍ମିତା ଙ୍କ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି।
ଏପଟେ ପୋଲିସ ପିଏମ ରିପୋର୍ଟରେ ପାଣିରେ ବୁଡି ଆତ୍ମହତ୍ୟା କରିଥିବା ନେଇ କହିଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ସେପଟେ ପରିବାର ଲୋକେ ଅଭିଯୋଗ କରିଥିଲେ କୌଣସି କାରଣରୁ ସୁସ୍ମିତା ଡିପ୍ରେସନରେ ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କିପରି ଜାଣିଲେ ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ କୌଣସି ଗୁପ୍ତ କଥା ଜାଣି ଥିଲେ କି ସୁସ୍ମିତା? ସେପଟେ ଏତେ ଦିନ ଧରି କାହିଁକି ଲିଖିତ ଅଭିଯୋଗ ହୋଇଥିଲେ ହେଁ କାହିଁକି କରିନାହାନ୍ତି ଏଫ୍ଆଇର ରେଜିଷ୍ଟର। କଣ ଥାଇ ପାରେ କାରଣ ? ଏପଟେ ଜିଲ୍ଲା ପ୍ରଶାସନ କିମ୍ବା ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର କାହିଁକି ମୁହଁ ଖୋଲୁ ନାହାଁନ୍ତି। ପରିବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆମ ପ୍ରତିନିଧିଙ୍କ ହାତରେ ଲାଗିଛି ସିସିଟିଭି ଫୁଟେଜର ଚିତ୍ର। ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରୁ ବାହାରୁ ଥିବାର ଫୁଟେଜ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର