ଏକ ଗଣତନ୍ତ୍ରରେ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନ କରିବା ସ୍ୱାଭବିକ କଥା । ହେଲେ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ଏହି ମାମଲାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସି ଯାଇଛନ୍ତି । ତାଙ୍କର ଏଭଳି ଅଶୋଭନୀୟ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଲୋକ ମାନେ ଘେରୁଥିବା ଦେଖିବାକୁ ମିଳୁଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଏଭଳି ଅଶାଳୀନ ବକ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।
ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ତାଙ୍କର ଭାଷଣରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗଟ କରିଛନ୍ତି । ସେ କହିଛନ୍ତି ଯେ ସ୍ମୃତି ଇରାନୀ ମୂକ ଓ ବଧିର ହୋଇ ଯାଇଛନ୍ତି । ସେ ଏତିକିରେ ଅଟକି ଯାଇ ନାହାନ୍ତି । ସେ କହିଛନ୍ତି ଯେ ସ୍ମୃତି ଇରାନୀ ହେଉଛନ୍ତି ମହଙ୍ଗାଇ ଡାହାଣୀ ଯାହାଙ୍କୁ ବେଡରୁମରେ ବସାଇବା ପାଇଁ ଡାର୍ଲିଂ କରିବାର କାମ କରିଛନ୍ତି ।
ତାଙ୍କର ଏହି ଭି଼ଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଶାଖା ପକ୍ଷରୁ ଶ୍ରୀନିବାସଙ୍କ ଏହି ଭାଷଣର କ୍ଲିପକୁ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ବିଜେପି କର୍ଣାଟକ ପକ୍ଷରୁ ଏହି କ୍ଲିପକୁ ଶେୟାର କରି କୁହାଯାଇଛି ଯେ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ନିକଟତମ ଶ୍ରୀନିବାସ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ଅଭଦ୍ର ଭାଷାର ପ୍ରୟୋଗ କରିଛନ୍ତି । ଏଭଳି ଭାଷାର ପ୍ରୟୋଗ ନିନ୍ଦନୀୟ ।
ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ କଂଗ୍ରେସ ଏବେ ମଧ୍ୟ ଆମେଠି ଠାରେ ସ୍ମୃତି ଇରାନୀ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ପରାଜିତ କରିବା ଘଟଣାକୁ ହଜମ କରି ପାରି ନାହିଁ । ଏହି ଐତିହାସିକ ପରାଜୟକୁ କଂଗ୍ରେସ ସ୍ୱୀକାର କରି ପାରୁ ନାହିଁ। କଂଗ୍ରେସ ସ୍ତ୍ରୀ ଦ୍ୱେଷ ଓ ବିକୃତିର ଗଡ ହୋଇ ସାରିଛି ।
ସୋସିଆଲ ମିଡିଆରେ ଶ୍ରୀନିବାସଙ୍କର ଏଭଳି ବକ୍ତବ୍ୟକୁ ପ୍ରବଳ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ କିଭଳି ଏଭଳି ଶବ୍ଦର ପ୍ରୟୋଗ କିପରି କରାଯାଇ ପାରେ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ପ୍ରଶ୍ନ କରିଛନ୍ତି ।
ଅଧିକ ଭାରତ ଖବର ପଢ଼ନ୍ତୁ