ଆମର ଦୈନନ୍ଦିନ ଜୀବନରେ ଆମେ ଫୋନ ଏବଂ ଇଅରଫୋନ ସହ ଅନେକ ଜଡିତ। କିନ୍ତୁ ଏଥିରେ ବି ବିପଦ ଥାଇପାରେ ବୋଲି କିଏ ବା ଜାଣେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ।। ବ୍ଲୁଟୁଥ୍ ଇୟରଫୋନ୍ ବିସ୍ଫୋରଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ରାକେଶ ନାଗର ଜୟପୁରର ଚାଉମୁ ଉଦୟପୁରିଆ ଗାଁର ବାସିନ୍ଦା ।
ରାକେଶ ତାଙ୍କ ବ୍ଲୁଟୁଥ୍ରେ କାହା ସହ କଥାବାର୍ତ୍ତା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ରାକେଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ହୃଦ୍ଘାତ ହେତୁ ସେ ବୋଧହୁଏ ତାଙ୍କର ମୃତ୍ୟୁ ହୋଇଛି।