ଜମାଟୋ ଡେଲିଭରି ଡ୍ରେସରେ ଇଏ ବି ଗୋଟେ ମା । କୋଳରେ କୁନି ଛୁଆଟି ବନ୍ଧା ହୋଇଛି । ଆଉ ପାଖରେ ଖେଳୁଛି ଆଉ ଗୋଟେ ଛୁଆ । ହାତରେ ପାର୍ସଲ । ଦୁଆରକୁ ଦୁଆର ବୁଲି ସେ ପାର୍ସଲ ଦେଉଛନ୍ତି । ପେଟ ଦି ଚାଖଣ୍ଡେକ ପାଇଁ...
ଛୋଟ ଛୁଆକୁ ସାଙ୍ଗରେ ଧରି ଆମେ ଯେତେବେଳେ ଘରୁ ବାହାରୁଛେ ସେତେବଳେ ଆମକୁ ଦୁଇ ଥର ଭାବିବାକୁ ପଡୁଛି । ହେଲେ ଇଏ ଦୁଇ ଦୁଇଟି ଛୁଆଙ୍କୁ ସାଙ୍ଗରେ ଧରି କାମ କରୁଛନ୍ତି । ତାହା ବି ବୁଲି ବୁଲି । କାହା ଉପରେ ନିର୍ଭର ହୋଇ ନାହାନ୍ତି ବରଂ ସ୍ୱାବଲମ୍ବୀ ହୋଇଛନ୍ତି । ଦୁନିଆକୁ ଦେଖେଇଦେଇଛନ୍ତି ଯେ ପରିସ୍ଥିତି କିଛି ବି ହେଉ ଆମେ ତାହାକୁ ସାମନା କରିବା ଉଚିତ୍ । ଏ ଦୁନିଆରେ ସବୁ ସମ୍ଭବ । ଖାଲି ଉପାୟ ବାହାର କରିବାର ଅଛି ।
ଏ ଭିଡିଓଟି ଜଣେ ଗ୍ରାହକ କରିଛନ୍ତି । ତାଙ୍କୁ ଡେଲିଭରି ଦେବାବେଳେ ସେ ଏହି ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଦୁଇ ଦୁଇଟି ଛୁଆ ସହ ତାଙ୍କର ଏହି କାମକୁ ସେ ସାବାସୀ ନଦେଇ ରହିପାରିନାହାନ୍ତି ।
ସତରେ ଏ ମା ଙ୍କ ସାହାସକୁ ସଲାମ୍....
ଭାରତ ଖବର ଆହୁରି ପଢ଼ନ୍ତୁ ।