ସୂଚନା ଥାଉ କି, ଜୁମ ଭାରତୀୟ ସେନାର ଗୋଟେ ଲଢୁଆ କୁକୁର ଥିଲା । କାଶ୍ମୀରରେ ଦୁଇ ଆତଙ୍କବାଦୀଙ୍କ ବିରୋଧରେ ସଫଳ ଅପରେସନରେ ସାମିଲ ଥିଲା ସେନାର ଏହି ପ୍ରଶିକ୍ଷିତ କୁକୁର। ଗତ ଅକ୍ଚୋବର ୧୦ ତାରିଖ ଦିନ ଅନନ୍ତନାଗର କୋକରନାଗଠାରେ ଆତଙ୍କବାଦୀଙ୍କ ସହିତ ଏନକାଉଂଟର ହୋଇଥିଲା । ଅପରେସନ ସମୟରେ କୁକୁର ଜୁମକୁ ଆତଙ୍କବାଦୀ ମାନଙ୍କ କବଳରୁ ଘରକୁ ଖାଲି କରାଇବାର କାମ ଦିଆ ଯାଇଥିଲା । ସେ ଘର ଭିତରକୁ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀ ମାନେ ତା ଉପରେ ଗୁଳି ଚଳାଇ ଦେଇଥିଲେ । ଏହା ସତ୍ୱେ ଜୁମ ଆତଙ୍କବାଦୀଙ୍କୁ ଚିହ୍ନଟ କରି ସେନାର ଜବାନ ମାନଙ୍କୁ ସାହାର୍ଯ୍ୟ କରିଥିଲା । ଏହା ଫଳରେ ସେନାର ଜବାନ ମାନେ ଏହି ଅପରେସନରେ ସଫଳ ହୋଇଥିଲେ ।
ହେଲେ ତା ଦେହରେ ଗୁଳି ବାଜିଲା, ଆଉ ତା ଗୋଡ ଭାଙ୍ଗିଲା । ହେଲେ ଶେଷ ଯାଏଁ ସେ ବୀର ଭାବେ ଲଢି ଚାଲିଥିଲା । ତେବେ ସେ ଗୁରୁତର ଆହତ ହୋଇଥିବାରୁ ତାକୁ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ତେବେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ତାର ମୃତ୍ୟୁ ହୋଇଥିଲା ।
ଭାରତ ଖବର ଆହୁରି ପଢ଼ନ୍ତୁ ।