ମାତ୍ର କିଛି ଘଣ୍ଟା ଏହି ସୋସିଆଲ ମିଡିଆ ଆପ ଅଚଳ ହେବା ଫଳରେ ଜୁକରବର୍ଗ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିଛନ୍ତି । ମାତ୍ର ୫ରୁ ୬ ଘଣ୍ଟା ମଧ୍ୟରେ ଜୁକରବର୍ଗ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଉ ଏଭଳି କ୍ଷତି ତାଙ୍କୁ ବିଶ୍ୱର ଧନୀ ତାଲିକାରୁ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଠେଲିଦେଇଛି ।
ସୋମବାର ଭାରତୀୟ ସମୟ ଅନୁଯାୟୀ ପ୍ରାୟ ରାତି ୯ଟାରୁ ୧୦ଟା ମଧ୍ୟରେ ପୂରା ବିଶ୍ୱରେ ଫେସବୁକ ସହ ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିନଥିଲା । ନା ମେସେଜ ଯାଉଥିଲା, ନା ଫେସବୁକରେ କୌଣସି ନୂଆ ପୋଷ୍ଟ ଦେଖିବାକୁ ମିଳୁଥିଲା । ଲୋକେ ଇଣ୍ଟରନେଟ ସମସ୍ୟା ଭାବି ଅନେକଥର ଫୋନରୁ ସିମ୍ କାଢିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ଆଉ କିଛି ଲୋକ ବି ହ୍ୱାଟସଆପକୁ ଅନଇନଷ୍ଟଲ କରି ପୁଣି ଇନଷ୍ଟଲ କରିଥିଲେ କାଳେ ଏହା କଲାପରେ ଚାଲିବ କିନ୍ତୁ ଠପ୍ ହୋଇପଡିଥିଲା ତିନିଟ୍ ଆପ। ପରେ ଏହି ୩ ସାଇଟ ଡାଉନ ଥିବା ଜାଣାପଡିଥିଲା ।