ଅୱାଚି ଖାଡିର ତଟରେ ଅକ୍ଟୋପସ, ସିଲ, କଙ୍କଡା, ମାଛ ସମେତ ବହୁ ଜୀବଙ୍କର ମୃତ୍ୟୁ ଘଟିଛି। ସୋସିଆଲ ମିଡିଆରେ ଏହି ସାମୁଦ୍ରିକ ଦୁର୍ଘଟଣାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ପ୍ରକୃତି ପ୍ରେମୀମାନେ ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଦ ମାସ୍କୋ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, କିଛି ବୈଜ୍ଞାନିକ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ପଛର କାରଣ ପ୍ରଦୂଷଣ କହିଛନ୍ତି। ସେହିପରି ଆଉ କିଛି ବୈଜ୍ଞାନିକ କହିଛନ୍ତି ଯେ, ଜ୍ଵାଳାମୁଖୀ କାରଣରୁ ଏହି ଅଘଟଣ ଘଟିଥାଇ ପାରେ। ଏହି ଘଟଣାର ଯାଂଚ୍ ପାଇଁ ଏକ ସ୍ପେଶାଲ କମିଟି ଗଠନ କରାଯାଇଛି।
ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ମତ୍ସ୍ୟଜିବୀମାନେ କହିଛନ୍ତି ଯେ, ସମୁଦ୍ର ପାଣିରୁ ପେଷ୍ଟିସାଇଡ ଭଳି ଦୁର୍ଗନ୍ଧ ବାହାରୁଛି। ଏହି କାରଣରୁ କିଛି ଲୋକଙ୍କୁ ବାନ୍ତି ଆସୁଛି। ଗଳା ଏବଂ ଆଖିରେ ମଧ୍ୟ ଜଳିଲା ପରି ଅନୁଭବ ହେଉଛି। ତେବେ ଘଟଣାସ୍ଥଳରେ ଗ୍ରୀନପିସ ପହଞ୍ଚି ଯାଂଚ୍ କରିଛନ୍ତି। ସେ କହିଛନ୍ତି ଯେ, ଜଳରେ ପେଟ୍ରୋଲିଅମ ଭଳି ପଦାର୍ଥ ରହିଛି। ଯାହା ଫଳରେ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି।