କଳା ସାମ୍ରାଜ୍ୟର ପରିଚାଳନା ପାଇଁ ହାଇଦର ଝିଅଙ୍କ ବ୍ୟବହାର କରୁ୍ଥିଲା ...
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ତାତି । 3 ଦିନ ଧରି ଜଳିବ ଓଡ଼ିଶା । ରାଜ୍ୟରେ ତାପମାତ୍ରା ପ୍ରାୟ 3 ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା 40 ଡିଗ୍ରି ଅତିକ୍ରମ କରିବ ।
ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ତାପମାତ୍ରା 40 ଡିଗ୍ରି କିମ୍ବା ତାଠାରୁ ଅଧିକ ରହିବ ।
ଫଳରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।