ଭୋକ ମାନେନି ସ୍ଥାନ କାଳ
ଭୁବନେଶ୍ଵର: ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିଲା ତାତି । ଲଗାତାର 4 ଦିନ ଧରି ଭୁବନେଶ୍ୱର ଦେଶର ସବୁଠୁ ଉତ୍ତତ୍ପ ସହର । ଗତକାଲି 40.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର 8 ଜିଲ୍ଲାରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗି ରହିବ।
ଏହି 8 ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ 5 ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ। ଏଠାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ 6 ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବାର ଆଶଙ୍କା ରହିଛି। ସାଧାରଣତଃ ଏହି ସମୟରେ ରାଜଧାନୀର ତାପମାତ୍ରା 35 ଡିଗ୍ରି ମଧ୍ୟରେ ରହିଥାଏ। କିନ୍ତୁ ଲଗାତାର କିଛି ଦିନ ହେଲା ରାଜଧାନୀର ତାପମାତ୍ରା ଅଶାତୀତ ଭାବେ ବଢ଼ି ଚାଲିଥିବା