26 ତାରିଖରେ ଦକ୍ଷିଣ ଓଡ଼ିଶାର 4 ଜିଲ୍ଲାକୁ ଆଲର୍ଟ କରାଯାଇଛି । ସେହିପରି ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । 26 ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି। ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ୨୫-୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
2ଦିନ ଯାଏ 2ରୁ 3 ଡିଗ୍ରି ହ୍ରାସ ପାଇବ ତାପମାତ୍ରା । କିନ୍ତୁ ଏହାପରେ ପାଗ ମେଘୁଆ ରହୁଥିବାରୁ ପୁଣି ତାପମାତ୍ରା ବଢିବାର ସମ୍ଭାବନା ରହିଛି ।