ଝୁଡ଼ିରେ ବୁହା ହେଲେ ଗର୍ଭବତୀ...
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ହ୍ରାସ ପାଇବ ଗ୍ରୀଷ୍ମ ପ୍ରବାହ । କାଳବୈଶାଖୀ ଆଶଙ୍କା ଥିବାରୁ କମିପାରେ ତାତି । ରାଜ୍ୟରେ 3ରୁ 4 ଡିଗ୍ରି ଯାଏ ତାତି କମିବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଗତ 2ରୁ 3 ଦିନ ଧରି ରାଜ୍ୟ ବିଭିନ୍ନ ସହରରେ ତାପମାତ୍ରା ବଢ଼ିବାରେ ଲାଗିଥିଲା । ମଙ୍ଗଳବାର ବାରିପଦା ଓ ବୁଧବାର ଭୁବନେଶ୍ୱରରେ ଅଧିକ ତାପମାତ୍ରା ସହ ଉତ୍ତତ୍ପ ସହର ପାଲଟିଥିଲା । ଗତାକାଲି ମଧ୍ୟ ୪୨.୭ ସହ ଅନୁଗୁଳ ଏବଂ ତାଳଚେର 2ସହରରେ ସର୍ବାଧିକ ତାପମାତ୍ରା ରହିଥିଲା ।