ଦେଶରେ ସବୁ ରେକର୍ଡ ଭାଙ୍ଗିଛି କରୋନା ...
ଭୁବନେଶ୍ଵର: ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଆସନ୍ତା 24 ଘଣ୍ଟା ପରେ ସ୍ବାଭାବିକଠାରୁ 5 ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହେବ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ନୟାଗଡରେ ଅଧିକ ତାତି ଅନୁଭୂତ ହେବ । ଏହି ସବୁ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରାଠାରୁ 5 ଡିଗ୍ରୀ ଅଧିକ ରହିବ।
ଆଗାମୀ 2-4 ଦିନ ସ୍ବାଭାବିକ ତାପମାତ୍ରାରୁ 3-4 ଡିଗ୍ରୀ ଅଧିକ ରହିବ । ଆଜି ଅନୁଗୁଳରେ ସର୍ବାଧିକ ତାପମାତ୍ରା 40.01 ଡିଗ୍ରୀ ରେକର୍ଡ ହୋଇଛି । ଏହାତଳକୁ ଭୁବନେଶ୍ବର ଏବଂ ବୌଦ୍ଧରେ ପାରଦ 40 ଡିଗ୍ରୀ ଛୁଇଁଛି । ସେହିପରି 16 ସହରରେ 35 ଡିଗ୍ରୀ ଉପରେ ରହିଛି ପାଦର । ସେଥିପାଇଁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛନ୍ତି।