ୱେଲ ମାର୍କ ରୂପ ନେଲା ଲଘୁଚାପ। ଆଗାମୀ 24 ଘଣ୍ଟାରେ ଅବପାତର ନେବା ସମ୍ଭାବନା । ରବର୍ତ୍ତୀ 24 ଘଣ୍ଟାରେ ଘନୀଭୂତ ହୋଇ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ । ଦକ୍ଷିଣ ପଶ୍ଚିମ ସଂଲଗ୍ନ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ବର୍ଷା । 25 ତାରିଖରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 26 ତାରିଖ ପାଇଁ ଗଜପିତ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ପ୍ରବଳ ବର୍ଷା ଯୋଗୁଁ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । 24 ତାରିଖରେ କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡା, ଗଜପତିକୁ ଘନ କୁହୁଡି ପାଇଁ । ଆସନ୍ତା 2ରୁ 3 ଦିନ ମଧ୍ୟରେ ରାତ୍ରି ତାପମାତ୍ରା 2ରୁ 3 ଡିଗ୍ରୀ କମିବ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା ଗଞ୍ଜାମ ଗୋପାଳପୁରରେ 9.6 ମିମି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ 9 ମିମି । ମୟୂରଭଞ୍ଜ ଜିଲ୍ଲାରେ ଶ୍ୟାମାକୁଣ୍ଡଠାରେ 8 ମିମି ବର୍ଷା ରେକର୍ଡ ହୋଇଛି ।
ରାତ୍ରି କାଳୀନ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ତଳେ 4ଟି ସହର ରହିଛି । 11.4 ଡିଗ୍ରୀ ତାପମାତ୍ରା ସହ ସୋନପୁର ଓଡ଼ିଶାର ସବୁଠୁ ଥଣ୍ଡା ସହର । ଝାରସୁଗୁଡା 13.4ଡିଗ୍ରୀ, ଫୁଲବାଣୀ 14.3 ଡିଗ୍ରୀ, ତାଳଚେର 14.6ଡିଗ୍ରୀ, ଭୁବନେଶ୍ୱର 21.1ଡିଗ୍ରୀ, କଟକ 19.5 ଡିଗ୍ରୀ ତାପମାତ୍ରା ରହିଛି । ଆଜି ସକାଳେ ଭବାନୀପାଟଣା ଏବଂ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା।