ଏହି ଅବସରରେ ଗୋଡ଼ଭୋଙ୍ଗା ଓ ମହୁଲଗୋଠ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ଗ୍ରାମ ଗୁଡ଼ିକରେ ଜଙ୍ଗଲ ରକ୍ଷା ସହ ଜନ୍ତୁ ସୁରକ୍ଷା ନେଇ ସଚେତନତାର ସ୍ଲୋଗାନ ଦିଅଯାଇ ବିଭିନ୍ନ ସଚେତନତାର ବାର୍ତ୍ତା ଥିବା ପ୍ଲା କାର୍ଡ ଧରି ପଦଯାତ୍ରା କରାଯାଇଥିଲା । ସଚେତନତା ପଦଯାତ୍ରା ପରେ ଏହି ଦୁଇ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ସାତକୋଶିଆ ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟ ଜନ୍ତୁମାନଙ୍କର ସୁରକ୍ଷା ସହ ଲୋପ ପାଇ ଯାଉଥିବା ବିଭିନ୍ନ ପ୍ରକାରର ପକ୍ଷୀ ଓ ଜନ୍ତୁମାନଙ୍କୁ ସୁରକ୍ଷିତ ରଖିବା ସହ ଜଙ୍ଗଲକୁ ଲୋକମାନେ କିପରି ସୁରକ୍ଷା ଦେବେ ତାହା ପ୍ରକାଶ କରିଥିଲେ। ସମସ୍ତ ଜନସାଧାରଣ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବନପାଳ ବିଜୟ କୁମାର ମହାନ୍ତ, ପରମେଶ୍ବର ମହାନ୍ତ, ବନ ରକ୍ଷୀ ସମୀର କୁମାର ମହାନ୍ତ, ଯୋଗେଶ୍ୱର କୂଲଣ୍ଡି ଯୋଗ ଦେଇ ଥିଲେ। ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ରବୀନ୍ଦ୍ର ହୋ,ପରମାନନ୍ଦ ଦାସ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।