ଭୁବନେଶ୍ଵର: ଖସିବ ପାରଦ ବଢିବ ଶୀତ। ଦୁଇ ଦିନ ପରେ ଜାଡରେ ଥରିବ ଓଡ଼ିଶା । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିବ। ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ହେବା ସହ ଶୀତ ବଢିବ। ତେବେ ଗତ 24 ଘଣ୍ଟାରେ ରାଜ୍ୟର 10 ସହରର ତାପମାତ୍ରା 15 ଡିଗ୍ରୀରୁ କମ ଅଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଗତ 24 ଘଣ୍ଟା ମଧ୍ୟରେ ୯.୪ ଡ଼ିଗ୍ରୀ ସହ ସୋନପୁର ଓଡ଼ିଶାର ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୧୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ , ଅନୁଗୁଳ ୧୨, ଝାରସୁଗୁଡା ୧୩.୨, ଭବାନୀପାଟଣା ୧୩.୫, କେନ୍ଦୁଝର ୧୩.୬, ସୁନ୍ଦରଗଡ ୧୪.୫, କୋରାପୁଟ ୧୪.୬, ବାରିପଦା ୧୪.୯, କଟକ ୧୫ ଏବଂ ବଲାଙ୍ଗୀର ଠାରେ ୧୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । । ସେପଟେ ରାଜଧାନୀ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୬.୨ଡ଼ିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ଶନିବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ତେବେ ଆସନ୍ତା 36 ଘଣ୍ଟାରେ ଏହା ଅବପାତର ରୁପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।