ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବଦଳୁଛି ସମୀକରଣ । କିଏ କେତେବେଳେ କାହାକୁ ଝଟକା ଦେଉଛି ଜାଣିବା କଷ୍ଟକର । କିଛିଦିନ ପୂର୍ବରୁ ଯେଉଁ ଝଡ଼ ଉଠି ନରମି ଯାଇଥିଲା ତାହା ପୁଣି ଫେରି ଆସିଛି । କଥାଟା ହେଉଛି ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ସତରେ ପରିଣତ ହେବାକୁ ଯାଉଛି ।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ‘ପଦ୍ମ’ ଧରିବେ ଜୟ ପଣ୍ଡା । ପ୍ରଥମେ କେନ୍ଦ୍ରାପଡ଼ା ସାଂସଦ ଏବଂ ପରେ ବିଜେଡିରୁ ଇସ୍ତାଫା ଦେବା ପରଠୁ ବୈଜୟନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବୈଜୟନ୍ତଙ୍କ ପକ୍ଷରୁ ଏନେଇ କୌଣସି ଗ୍ରୀନ୍ ସିଗନାଲ୍ ମିଳି ନପାରିବାରୁ ମିଶ୍ରଣ ଝଡ଼ ଥମିବାରେ ଲାଗିଥିଲା । କିନ୍ତୁ ଏବେ ଜୟ ପଣ୍ଡା ପଦ୍ମ ଧରିବା ନେଇ ସ୍ପଷ୍ଟ ହୋଇଛି ।
ସେପଟେ ବରିଷ୍ଠ ଦାମବାବୁ ବୈଜୟନ୍ତଙ୍କୁ ତାଙ୍କ ପଟକୁ ଟାଣିବାକୁ ବହୁ ବୟାନ ବାଜି କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ସମସ୍ତ ନେତା ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେବ ବୋଲି ଦାମବାବୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ବହୁ ହଟଚମଟ ପରେ ଟାଣୁଆ ନେତା ବୈଜୟନ୍ତ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ, ବିଜେଡିର ଜଣେ ଆଗଧାଡ଼ିର ନେତା ବୈଜୟନ୍ତ ପଣ୍ଡା ସାଂସଦ ପଦ ଛାଡ଼ିବା ଏବଂ ଦଳରୁ ଇସ୍ତଫା ଦେଇଦବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । 24 ଜାନୁଆରୀ 2018ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ଶଙ୍ଖ ସୁପ୍ରିମୋ । ପରେ ସେହିବର୍ଷ ମେ’28ରେ ବୈଜୟନ୍ତ ନିଜେ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?