ନୟାଗଡ: ମଇଦାନକୁ ଓହ୍ଲାଇଲେ ନବୀନ । ନୟାଗଡରୁ ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୟାଗଡରେ ବିଶାଳ କର୍ମୀ ସମ୍ମିଳନୀରେ ଯୋଗ ଦେଇ ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରୁ 2019 ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।
ନବୀନ କହିଛନ୍ତି, ଓଡ଼ିଶାରେ ବିଜେପି ତିଷ୍ଠି ପାରିବ ନାହିଁ । ବହୁମତ ସହ 21ଟି ଲୋକସଭା ଆସନରେ ବିଜେଡି ଜିତିବ । କେନ୍ଦ୍ରରେ ଏଥର କେହି ବହୁମତ ପାଇବେ ନାହିଁ । ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ସରକାର ଗଢିବା ପରେ ପ୍ରତିଶ୍ରୁତି ଭୁଲିଗଲା ବୋଲି କହିଛନ୍ତି ନବୀନ ।
ନବୀନ ପୁଣି କହିଛନ୍ତି ଓଡିଶାର ନେତାମାନେ ବିଜେପି ହାଇକମାଣ୍ଡଙ୍କ ନିକଟରେ ଦାବି ରଖିପାରୁ ନାହାନ୍ତି । ତେବେ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାର ସାଢେ ଚାରି କୋଟି ଜନତା । କେନ୍ଦ୍ରରେ ସରକାର ଗଠନରେ ଆମର ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମହାନଦୀ, ପୋଲାଭରମ୍, ରେଲଓ୍ୱେ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଶଙ୍ଖ ଚିହ୍ନରେ ଜନତାଙ୍କୁ ଭୋଟ ମାଗିଛନ୍ତି ନବୀନ ।
ଏହାସହ ନିଜ ସରକାରର ପ୍ରଶଂସା କରିବା ସହ ନବୀନ କହିଛନ୍ତି ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ ଯିଏ ଲୋକସଭା ଆସନରେ 33 ପ୍ରତିଶତ ମହିଳା ସଂରକ୍ଷଣ ଦେଇଛି । ଆସ୍କାରେ ପ୍ରମିଳା ବିଶୋୟୀଙ୍କୁ ଲୋକସଭା ପ୍ରାର୍ଥୀ ଟିକଟ୍ ଦେଇଛୁ । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଲୋନ୍ ଦେଉଛୁ । କାଳିଆ ଯୋଜନାରେ 35 ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦେଇଛୁ । ଆଗକୁ ଆହୁରି ସହାୟତା ଯୋଗାଇ ଦେବୁ । କୌଣସି ଚାଷୀ ବାଦ୍ ପଡିବେନି । ଆଜି ସଭାରେ ଅଧିକ ମହିଳାମାନେ ଯୋଗ ଦେଇଛନ୍ତି, ସମସ୍ତଙ୍କୁ ଧନ୍ୟବାଦ । ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?