ଭୁବନେଶ୍ୱର: ନାମାଙ୍କନ ପତ୍ର ଦାଖଲ କଲେ ପିତାମ୍ବର ଆଚାର୍ଯ୍ୟ । ଆଜି ଧର୍ମେନ୍ଦ୍ର ପ୍ରଧାନ ଓ ଦାମ ରାଉତଙ୍କ ଉପସ୍ଥିତିରେ ଛତ୍ରପୁର ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥୀପତ୍ର ଫାଇଲ କରିଛନ୍ତି । ହିଞ୍ଜିଳିକାଟୁ ବିଧାନସଭା ଆସନରେ ନବୀନଙ୍କୁ ଟକ୍କର ଦେବେ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ଏକ ବିରାଟ ପଟୁଆରରେ ଆସି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଜେପି ପକ୍ଷରୁ ହିଞ୍ଜିଳିରୁ ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରାର୍ଥୀ କରାଯାଇଥିଲା । ପୂର୍ବରୁ କଟକ ଲୋକସଭା ଆସନ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ କଟକରୁ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଥିଲା । ସେହିପରି ପିତାମ୍ବରକୁ ରାଜ୍ୟର ଉପସଭାପତି କରାଯାଇଥିଲା । ଏହାପରେ ଗତକାଲି ତାଙ୍କୁ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଥିଲା ।
ସୂଚନାଯୋଗ୍ୟ, ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ବିଜେପିର ଲୋକପ୍ରିୟତା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଅସନ୍ତୋଷ ବଢୁଥିବାରୁ ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ପିତାମ୍ବର ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ କରି କଡା ଟକ୍କର ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।
ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ହେବ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରିଙ୍କ ସମେତ ଅନେକ ଭେଟେରାନ୍ କ୍ରିକେଟର ସାମିଲ ହେବେ ।
ଅଧିକ ପଢନ୍ତୁ ଭାରତ ଖବର
୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହି ଷ୍ଟାଡିୟମର ଥିମେଟିକ୍ ସ୍ଥାପତ୍ୟ ଭଗବାନ ଶିବଙ୍କଠାରୁ ପ୍ରେରଣା ଆଣୁଛି । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ୍ ଆକୃତିର ବନ୍ୟା-ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା, ବିଲଭିପାଟ୍ରା ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆସନ୍ତାକାଲି ଆସିବାକୁ ଯାଉଛି ସକାଳ । ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ ବୋଲି ଆଶା ପ୍ରକାଶ କରିଛି ଇସ୍ରୋ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସକାଳ ଭାରତ ମନରେ ଭରି ରହିଛି ଅନେକ ଆଶା । ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ଥରେ ହେବାକୁ ଯାଉଛି ସକାଳ
ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା ।
ଉଭୟ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବା ଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍ରେ ରଖାଯାଇଥିଲା । ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।
ଅର୍ଗସ ବ୍ୟୁରୋ : ପାର୍ବଣକୁ ନେଇ ଆକ୍ସନ ମୋଡରେ ପୁରୀ ପୋଲିସ । ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ସହରର ବିଭିନ୍ନ ସ୍ଥାନରେ ବିକୃତ ଶବ୍ଦ କରି ବେପରୁଆ ଭାବେ ଗାଡି ଚଳାଉଥିବା ଗାଡି ଚାଳକଙ୍କ ଠାରୁ ୯ଟି ଗାଡି ଜବତ କରିଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶବ୍ଦ ପ୍ରଦୂଷଣ ଏବଂ ଅସାନ୍ତ ସୃଷ୍ଟି କରିବା ଅଭିଯୋଗରେ ପୁରୀ ପୋଲିସ ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୋଟ ୯ଟି ଗାଡି ଜବତ କରିବା ସହ ଗାଡି ଗୁଡିକରୁ ବିକୃତ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ କାଢ଼ିଛି ପୋଲିସ । ବର୍ତ୍ତମାନ ଗଣେଶ ପୂଜାର ମାହୋଲ ଚାଲିଥିବା ବେଳେ ସହରରେ ଗହଳିଚହଳି ଲାଗିରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l
ଏହି ସ୍ପେଶାଲ ଡ୍ରାଇଭ ଆଗାମୀ ଦିନରେ ଜାରି ରହିବା ସହ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ବେପରୁଆ ଗାଡି ଚାଳନା, ଏବଂ ଆସାମଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ଗତ ତିନିମାସ ସୁଦ୍ଧା ପୁରୀ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ଗାଡି ଯାଞ୍ଚ, ନୋ ପାର୍କିଙ୍ଗ, ବିନା ହେଲାମେଟରେ ଗାଡି ଚାଲାଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର ଏବଂ ଟ୍ରାଫିକ ନିୟମ ଅବମାନନା କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩ହଜାର ୧୩୧ଟି ମାମଲା କରାଯାଇ ୧୬ଲକ୍ଷ ୧୫ହଜାର ୫୦୦ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।