ବିଭାଗରେ କାମ କରୁଥିବା କଳିଙ୍ଗା ଗ୍ରାମର ଅମୀୟ ନାୟକ ବିଦ୍ୟୁତ ପୋଲରେ ଚଢ଼ି କାମ କରୁଥିବା ବେଳେ ଅଚାନକ ବିଦ୍ୟୁତ ଆସିଯିବାରୁ ବିଦ୍ୟୁତ ପୋଲରୁ ତଳକୁ ପଡ଼ି ମୃତ୍ୟ ବରଣ କରିଥିବା ଅଭିଯୋଗ । ଘରେ ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଜଣକ ମୃତ୍ୟ ପରେ ଏବେ ସ୍ତ୍ରୀ ଓ ପୁଅ ଝିଅ ଅସହାୟ ଅବସ୍ଥାରେ ଅଛନ୍ତି । ଏଭଳି ବିପଦ ସମୟରେ ଯେଉଁ ବିଭାଗ ପାଇଁ କାମ କରୁଥିଲେ ସେହି ବିଭାଗ ତାଙ୍କ ପରିବାର କୁ ଆଡ଼ ଆଖିରେ ମଧ୍ୟ ଦେଖୁନି।
ବାପାଙ୍କ ସ୍ୱପ୍ନ ଥିଲା ଝିଅକୁ ଡାକ୍ତର କରିବା ପାଇଁ ହେଲେ ବାପାଙ୍କ ମୃତ୍ୟ ପରେ ଅଧାରେ ରହିଯାଇଛି ଝିଅକୁ ଡାକ୍ତର କରିବା ସ୍ୱପ୍ନ । ଝିଅ ବର୍ତ୍ତମାନ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ସାନ ପୁଅ ଟି ଷଷ୍ଠ ଶ୍ରେଣୀରେ ପଢୁଅଛି ବର୍ତ୍ତମାନ ପରିବାର ପ୍ରତିପୋଷଣ ସହିତ ଦୁଇ ପୁଅ ଝିଅଙ୍କ ଭବିଷ୍ୟତ ଚିନ୍ତାରେ ପୁରା ପରିବାର ଲୋକେ । ତେବେ ମୃତ ଅମୀୟ ଙ୍କ ଝିଅ କହିଛନ୍ତି କି ବାପା ଦେଖିଥିବା ସ୍ୱପ୍ନ କୁ ସେ ସାକାର କରିବେ ।
ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଡାକ୍ତର କରିବା ପାଇଁ ବାପା ଚାଲିଯିବା ପରେ ତାହାକୁ ସେ ନିଜର ଜିଦ ଭାବି ଆଗକୁ ବଢ଼ିବେ ଓ ଡାକ୍ତର ହେବେ । ଅମୀୟ 14 ବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରୁଥିଲେ ହେଁ ଘଟଣାର 7 ଦିନ ପରେ ମଧ୍ୟ ପରିବାରକୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି । ତେବେ କେବେ ମୃତ ଅମୀୟଙ୍କ ପରିବାର କୁ ଉଚିତ ନ୍ୟାୟ ମିଳିବ ଏହା ଉପରେ ସମସ୍ତଙ୍କ ନଜର ।
ଅଧିକ ପଢନ୍ତୁ ଓଡିଶା ଖବର