ମାସେ ହେବ ନୂଆପଡ଼ା ଜିଲ୍ଲାରେ ଲୋକଙ୍କ ନିଦ ହଜାଇଦେଇଛି ବାଘ । କେତେବେଳେ ଗାଈ ତ କେତେବେଳେ ବାଛୁରୀକୁ ଟେକି ନେଇ ମାରି ଖାଉଛି ବାଘ । ସୁନାବେଡ଼ା ଅଭୟାରଣ୍ୟରେ ମଧ୍ୟ ଆତଙ୍କ ଖେଲଉଛି ବାଘ । ଘରୁ ଟେକି ନେଇ ଜଣେ ବୃଦ୍ଧ ମହିଳାକୁ ଶିକାର କରିଥିବା ବେଳେ ଗୁହାଳରୁ ବାଛୁରୀ ଟେକି ନେଉଛି ବାଘ ।
6 ମାର୍ଚ୍ଚ: ତରିଆ ମହୁଆଭଟା ଗାଁରେ ଗୋଟିଏ ବାଛୁରୀ କୁ ଟେକିନେଲା ବାଘ
8 ମାର୍ଚ୍ଚ: ପାୱାର ତଲା ଗାଁ ରେ ଗୋଟିଏ ଗାଈକୁ ଟେକିନେଲା ବାଘ
12 ମାର୍ଚ୍ଚ:ତରିଆ ମହୁଆଭଟା ଗାଁରେ ଗୋଟିଏ ବାଛୁରୀକୁ ଟେକିନେଲା ବାଘ
19 ମାର୍ଚ୍ଚ: ସୁନାବେଡ଼ା ଅଭୟାରଣ୍ୟ ଜଲମଡାଇ ଗାଁ ର ବୃଦ୍ଧା ସାନମତି ବାରିକ କୁ ଟେକି ଖାଇଲା ବାଘ
20 ମାର୍ଚ୍ଚ: ଜଳ ମଡାଇ ଗାଁ ରେ ବାଛୁରୀ କୁ ଖାଇଲା
23 ମାର୍ଚ୍ଚ: ତରିଆ ମହୁଆ ଭଟା ଗାଁ ରେ ଗୋଟିଏ ବାଛୁରୀ ଏବଂ ମଇଁଷି
23 ମାର୍ଚ୍ଚ: ଟନୱାଟ ଗାଁ ରେ ଦେଖାଗଲା ବାଘ
25 ମାର୍ଚ୍ଚ: ତରିଆ ମହୁଆଭଟା ଗାଁରେ ଗାଈକୁ ଟେକିନେଲା ବାଘ
26 ମାର୍ଚ୍ଚ: ଧରମବନ୍ଧା ସିଲିରିବାହାରା ଗାଁରେ ଗାଈ କୁ ମାରି ଖାଇଛି ବାଘ
27 ମାର୍ଚ୍ଚ: ସିଲିରିବାହାରା ଗାଁ ନିକଟରେ ପୁଣି ବାଛୁରୀକୁ ଶିକାର କରିଛି ବାଘ
ପୁଣି ବାଛୁରୀକୁ ମାରି ଖାଇଲା କଲରାପତରିଆ
ବର୍ତ୍ତମାନ ଜିଲ୍ଲାରେ ବାଘ ଆତଙ୍କ ଜାରି ରହିଥିବା ବେଳେ ବନ ବିଭାଗ ନାକେଦମ୍ । ଗାଁ ରେ ଲୋକେ ଭୟଭୀତ ଅବସ୍ଥାରେ । ନିଜର ସୁରକ୍ଷା ପାଇଁ ଗାଁ ନିକଟ ଜଙ୍ଗଲ ଅଞ୍ଚଳରେ ଠେଙ୍ଗା ବାଡି ଧରି ସତର୍କ ହୋଇ ରହିଛନ୍ତି ଗ୍ରାମବାସୀ ।