
ଭୁବନେଶ୍ଵର : ଲକଡାଉନ କାରଣରୁ ବହୁ ଦୋକାନ ବଜାର ବନ୍ଦ ରହିଛି। ଏଥିପାଇଁ ଯେଉଁ କେତୋଟି ସ୍ଥାନରେ କାଁ ଭାଁ କେତୋଟି ଦୋକାନ ଖୋଲା ରହିଛି, ସେଠାରେ ଖାଉଟିଙ୍କ ଭିଡ଼ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସଙ୍ଗରୋଧ ପାଇଁ ସରକାର ପୁଣି ଥରେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଏଣିକି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ଉପରେ ଲାଗିଥିବା କଟକଣା ହଟାଯାଇଛି। ଏଣିକି ଧାର୍ଯ୍ୟ ସମୟ ମଧ୍ୟରେ ନୁହେଁ ବରଂ ରାତି ବେଳା ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନ ଖୋଲା ରହିବ। ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ କରି ସୂଚନା ଦେଇଛନ୍ତି।ତେବ ଲକଡାଉନ୍ ବେଳେ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ପାଉଁରୁଟି, ମେଡିସିନ୍, ଚିକେନ୍, ମାଂସ, ମାଛ ଓ ଅଣ୍ଡାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
Just to clarify, there is no restriction on opening hours for shops selling essential commodities in the twin city. Shops can remain open as long so they want so that customers can be distributed & crowding avoided.
— Dr Sudhanshu Sarangi (@SarangiSudhansu) March 26, 2020
ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ପନିପରିବା, ଗ୍ରୋସୋରୀ ଦୋକାନରେ ପ୍ରବଳ ଭିଡ଼ ଜମୁଛି। ଏଥିପାଇଁ ଏହି ଦୋକାନ ଗୁଡ଼ିକ ଖୋଲିବା ସମୟସୀମା କଟକଣାକୁ କୋହଳ କରାଯାଇଛି। ଏହି ଦୋକାନୀମାନେ ଯେତେ ସମୟ ଚାହିଁବେ ସେତେ ସମୟ ଦୋକାନ ଖୋଲା କରି ପାରିବେ। ସେମାନଙ୍କ ଉପରେ କୌଣସି କଟକଣା ଲାଗିବ ନାହିଁ। ତେବେ ଗ୍ରାହକଙ୍କ ମଧ୍ୟରେ ଏମାନେ ସାମାଜିକ ଦୂରତ୍ଵ ଉପରେ ମଧ୍ୟ ଗୁରୁତ୍ଵ ଦେବେ। ଏଥିପାଇଁ ଗ୍ରାହକମାନେ ନିଜ ସୁବିଧା ଅନୁସାରେ ଭିଡ଼ ସୃଷ୍ଟି ନକରି ସାମଗ୍ରୀ କିଣିବା ପାଇଁ ଟ୍ଵିନସିଟିର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ଦ୍ଵାରା କିଛିକାଂଶରେ ଦୋକାନ ଗୁଡ଼ିକରୁ ଭିଡ଼ ନିୟନ୍ତ୍ରଣ ହେବ। ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳି ପାରିବ।
