ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ, ଜଣେ ଅଟକ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଗ୍ରାମରେ ଚଢ଼ାଉ । ଏହି ଚଢ଼ାଉରେ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରି ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭଗ ।
ସୂଚନାନୁସାରେ, ବଡପଦର ଗ୍ରାମରେ ବହୁ ଦିନ ହେବ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ବିଭାଗର ଏକ ଟିମ ଚଢାଉ କରିଥିଲା । ଚଢାଉବେଳେ ମଦ ବ୍ୟବସାୟୀମାନେ ଫେରାର ହୋଇଯାଇଥିବାବେଳେ ଜଣଙ୍କୁ ଅଟକ ରଖିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ୩ ହଜାର ୮ସହ ଲିଟରରୁ ଉର୍ଦ୍ଧ୍ୱ ପୋଚକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ତିଆରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Download Argus News App
