‘ମୂଳୁ ମାଇଲେ ଯିବ ସରି, ମୁହଁରେ ମାସ୍କ ବାନ୍ଧିକରି’ ଅର୍ଗସ ବ୍ୟୁରୋ :‘ମୂଳୁ ମାଇଲେ ଯିବ ସରି, ମୁହଁରେ ମାସ୍କ ବାନ୍ଧିକରି’ । ଏହି କଥା କହିଛନ୍ତି ଓଲିଉଡ ତାରକା ସବ୍ୟସାଚୀ । ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିବାକୁ ଯାଇ ଏକ ଅଭିନବ ଉପାୟରେ ସେ ଏହି ଜନସଚେତନତା ବାର୍ତ୍ତା ସମାଜକୁ ଦେଇଛନ୍ତି । ଯଦି କାହାକୁ କାଶ, ଛିଙ୍କ ଆଦି ହେଉଥାଏ, ତେବେ ସେ ବ୍ୟକ୍ତି ମାସ୍କ ପିନ୍ଧିଲେ ତାଙ୍କ ଦେହରୁ ଆଉ କୌଣସି ଭୂତାଣୁ ବାହାରକୁ ଯାଇ ପାରିବ ନାହିଁ କି ଅନ୍ୟକୁ ବ୍ୟାପି ପାରିବ ନାହିଁ । ତେଣୁ ପ୍ରଥମରୁ ଏହାକୁ ରୋକିଦିଆଗଲେ ମହାମାରୀ କୋରୋନା ଆଉ ବ୍ୟାପିବ ନାହିଁ ଉଦେଶ୍ୟରେ ସେ କହିଛନ୍ତି ‘ମୂଳୁ ମାଇଲେ ଯିବା ସରି, ମୁହଁରେ ମାସ୍କ ବାନ୍ଧିକରି’ । ଏହାକୁ ସେ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ଟ୍ୱିଟ କରିଥିଲେ ।
ଏହି ଟ୍ୱିଟଟି ବହୁ ଲୋକଙ୍କ ମନକୁ ଛୁଇଁଛି । ଏହାକୁ ବହୁ ଲୋକ ଲାଇକ, ଫୋଲୋ, ରିଟ୍ୱିଟ କରିବା ସହ ସବ୍ୟସାଚୀଙ୍କୁ ସାଧୁବାଦ ଜଣାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସବ୍ୟସାଚୀଙ୍କ ଟ୍ୱିଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ପ୍ରସଂଶା କରାଯାଇଛି । ତାଙ୍କୁ ସାଧୁବାଦ ଜଣାଇବା ସହ ବର୍ତ୍ତମାନର ସଂକଟ ସମୟରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କୁ ଏପରି ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରିଟ୍ୱିଟରେ କୁହାଯାଇଛି । ହଁରେ ମାସ୍କ ବାନ୍ଧିକରି" କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାକୁ ମାସ୍କ ପରିଧାନ ପାଇଁ ଅତି ସୁନ୍ଦର ଭାବେ ସଚେତନତା ବାର୍ତ୍ତା ଦେଇଥିବା ଅଭିନେତା।
