Barabatidhauliexpress | 27 Jan 2023 | Argus News
ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ 3 ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଟର ମିନିଷ୍ଟରିଆଲ ସେଣ୍ଟ୍ରାଲ ଟିମ୍

ଭୁବନେଶ୍ଵର : ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଆକଳନ କରିବାକୁ 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି 7 ଜଣିଆ ଇଣ୍ଟର ମିନିଷ୍ଟିରିଆଲ ସେଣ୍ଟ୍ରାଲ ଟିମ୍ । ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିମ୍ ଭୁବନେଶ୍ୱରରେ ପହଞ୍ଚିଛି । ଟିମ ଲିଡ଼ର ହେଉଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ଯୁଗ୍ମ ସଚିବ ଶ୍ରୀ ପ୍ରକାଶ ।
ସେପଟେ ପୂର୍ବରୁ ଓଡ଼ିଶାରେ ଅଛନ୍ତି ରାସ୍ତା ଏବଂ ଗମନାଗମନ ଓ ଜଳସେଚନ ବିଭାଗର 2 ଜଣ ଅଧିକାରୀ । ଏହି ଟିମ୍ ଅମ୍ଫାନ ବାତ୍ୟାର କ୍ଷୟକ୍ଷତି ଆକଳନ କରିବ । ଏହି କେନ୍ଦ୍ରୀୟ ଟିମ୍ 2ଟି ଟିମରେ ଭାଗ ହୋଇ ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ପରିଦର୍ଶନ କରିବ ଦଳ ବୋଲି ସୂଚନା ମିଳିଛି ।
Download Argus News App
