ବରଗଡ : ଲକଡ଼ାଉନ ସମୟରେ ରାଜ୍ୟର କେହି ଅସହାୟ ଏବଂ ଭୋକିଲା ନରହନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ଗରିବା, ଅସହାୟ, ବିକଳାଙ୍ଗ ଲୋକଙ୍କୁ ଦୁଇଓଳି ଖାଇବାକୁ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏ ସବୁ ଫେଲ ମାରିଛି ବରଗଡ ଜିଲ୍ଲା ବିଜେପୁର ନିର୍ଵାଚନ ମଣ୍ତଳିରେ ।
ବରଗଡ଼ ଜିଲ୍ଳାର ବିଜେପୁର ବ୍ଳକର ୮ ଟି ପଞ୍ଚାୟତରେ ଜଣେ ହେଲେ ଅସହାୟ ଲୋକ ଚିହ୍ନଟ ହୋଇ ନଥିବା ସମସ୍ତଙ୍କୁ ଚକିତ କରିଛି । ଏହି ବ୍ଳକର ମୋଟ ୨୩ ଟି ପଞ୍ଚାୟତ ମଧ୍ୟରୁ ୮ ଟି ପଞ୍ଚାୟତରେ ଜଣେ ବି ଅସହାୟ ଲୋକ ନାହାନ୍ତି । ଜିଲ୍ଳାର ସମସ୍ତ ୧୨ ଟି ବ୍ଳକର ବିଭିନ୍ନ ଗ୍ରମାଞ୍ଚଳରେ ଅସହାୟ ଲୋକଙ୍କୁ କେଉଁଠି ୧୦୦ ରୁ ଅଧିକ ଲୋକଙ୍କୁ ଦୁଇ ଓଳି ଖାଇବାକୁ ଦିଆଯାଉଥିବା ବେଳେ ବିଜେପୁର ବ୍ଳକର ଏହି ୮ ଟି ବ୍ଳକରେ କାହାକୁ ବି ରନ୍ଧା ଖାଦ୍ୟ ଦିଆଯାଉନାହି ।
ତେଵେ ବିଜେପୁର ବ୍ଲକର ସତ୍ୟାସତ୍ୟ ଜାଣିବା ପାଇଁ ଆମ ଟିମ ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା । ତେଵେ ଏହି ବ୍ଲକର ଯୋଖିପାଲି ପଞ୍ଚାୟତରେ ମାତ୍ର ଦୁଇଜଣ ଅସହାୟ ଲୋକଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ରନ୍ଧା ଖାଦ୍ୟ ଦିଆଯାଉଛି । ତେଵେ ଏହି ପଂଚାୟତ ଚଏତୁ ମହାନନ୍ଦଙ୍କ ବୟସ ୫୪ ବର୍ଷ ସେ ଦୁଇବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ । ତାଙ୍କର ସ୍ତ୍ରୀ ରନ୍ଧାବଢା କରି ପାରୁନାହାନ୍ତି । ଏହି ଗାଁର ଆଉ ୫ ଜଣ ବୟସ୍କ ଅସହାୟ ବୁଦ୍ଧା ବୁଦ୍ଧଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଦିଆଯାଉ ନାହିଁ ।
ତେବେ ଏହି ବ୍ଲକରେ ଅନେକ ଗ୍ରାମରେ ବୟସ୍କ ବୁଦ୍ଧା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ ଜଣେ ଦୃଷ୍ଟିହୀନ ଅଛନ୍ତି । ତାଙ୍କର ରାସନ କାର୍ଡ଼ ନାହିଁ । ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି ।
ତେବେ ଏ ନେଇ ବିଜେପୁର ବିଡିଓ କହିଛନ୍ତି ଯେ ଯାହାଙ୍କ ପାଖରେ ରାସନ କାର୍ଡ଼ ଏବଂ ଭତ୍ତା ଅଛି ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା ନାହିଁ । ତେଵେ ସ୍ଥାନୀୟ ସରପଂଚ ମଧ୍ୟ ସମାନ କଥା କହିଛନ୍ତି । ତେଵେ ବିଜେପୁରର ବିଡ଼ିଓଙ୍କ କଥା ଯଦି ଠିକ ତାହାଲେ ଜିଲ୍ଳାର ବାକି ୧୧ ଟି ବ୍ଳକରେ କେଉଁ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।