ଅର୍ଗସ ବ୍ୟୁରୋ : ସାରା ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ଗରିବ, ଅସହାୟ ଓ ଦିନମଜୁରିଆ ଉପରେ ଯେମିତି ଚଡ଼କ ପଡ଼ିଛି। ଆଉ ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଦେବଦୂତ ସାଝିଛନ୍ତି କିଛି ଯୁବକ। କୋରାପୁଟ ଜିଲ୍ଲା କୋଟପାଡ କିଛି ଯୁବକ ପ୍ରତିଦିନ 5ଶହରୁ ଉର୍ଦ୍ଧ୍ବ ଗରିବ,ଅସହାୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ଆଉ ଆଗକୁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।
ନିଃସହାୟ ପାଇଁ ଦେବଦୂତ ସାଜିଛନ୍ତି କୋରାପୁଟ ଜିଲ୍ଲା କୋଟପାଡର କିଛି ଯୁବକ। ସରକାରଙ୍କ ଲକଡାଉନ୍ ଘୋଷଣା ପରେ ନିଃସହାୟ, ଦୁଃଖୀ, ଦରିଦ୍ର, ଭିକାରୀ, ବିକଳାଙ୍ଗ ଏବଂ ଅସହାୟ ବାର୍ଦ୍ଧକ୍ୟଙ୍କ ଉପରେ ଯେମିତି ଚଡ଼କ ପଡ଼ି ଯାଇଛି। ଦୁଇ ଓଳି ଦୁଇ ମୁଠା ଖାଇବା ବି ଏମାନଙ୍କ ପାଇଁ ଅସମ୍ଭବ ହୋଇ ପଡ଼ୁଛି। ସରକାର ଏମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ସେସବୁରୁ ବଞ୍ଚିତ ହୋଇ ରହିଛନ୍ତି ଅଧିକାଂଶ ଲୋକେ। ଆଉ ସେମାନଙ୍କର ଏଭଳି ପରିସ୍ଥିତିରେ ନିଃସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି କୋଟପାଡ଼ର କିଛି ଯୁବକ। ଏହି ଯୁବକମାନେ ନିଜସ୍ୱ ଖର୍ଚ୍ଚରେ ନିଃସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଦୈନିକ ଯୋଗାଇ ଦେଉଛନ୍ତି। ଲକଡାଉନ୍ ଆରମ୍ଭରୁ ଏପର୍ଯ୍ୟନ୍ତ ନିରନ୍ତର ଭାବେ ଉତ୍ତମ ମାନର ରନ୍ଧା ଖାଦ୍ୟଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ପର୍ଯ୍ୟନ୍ତ ଲୋକମାନଙ୍କୁ ଦେଉଛନ୍ତି। ତାଙ୍କ ପ୍ରୟାସ ଏବଂ ମହତ ଉଦ୍ଦେଶ୍ୟ କ୍ରମେ 5ଶହରୁ ଉଦ୍ଧ୍ବ ଲୋକଙ୍କୁ ଏମାନେ ସହଯୋଗର ହାତ ବଢ଼ାଇଛନ୍ତି। ଲକଡାଉନ୍ ଖୋଲିବା ପର୍ଯ୍ୟନ୍ତ ସେମାନେ ଏହିପରି ଭାବେ ଗରିବ,ନିଃଶହାୟଙ୍କୁ ମିଳିତ ଭାବେ ନିରନ୍ତର ସେବା ଯୋଗାଇ ଦେବେ ବୋଲି କହିଛନ୍ତି। ସେହିପରି କୋଟପାଡ଼ରେ ଥିବା ବୃଦ୍ଧାଶ୍ରମରେ ମଧ୍ୟ ଏମାନେ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗରିବ,ଅସହାୟଙ୍କ ପ୍ରତି ଏହି ଯୁବକଙ୍କ କାର୍ଯ୍ୟଧାରା ବାସ୍ତବିକ ପ୍ରଶଂସନୀୟ।
