ନିଜ ହାତରେ ରାନ୍ଧି ସେମାନଙ୍କୁ ଖାଇବାକୁ ଦେଵାରେ ତାଙ୍କର ନଥାଏ କୁଣ୍ଠାବୋଧ । ସକାଳ ହେଲେ ଘରେ ଯାହା ଵି ଥାଏ କାଉ କୁକୁରଙ୍କୁ ଵାଣ୍ଟି ଦିଅନ୍ତି । ତାଙ୍କ ଆଦର,ସେଵାରେ ଏହି ପଶୁପକ୍ଷୀ ବି ତାଙ୍କର ପୋଷା ମାନି ଯାଆନ୍ତି । ସେ ଯୁଆଡ଼େ ଯାଆନ୍ତି,ଏମିତିକି ଘରେ ଥିଲାବେଳେ ମଧ୍ୟ କିଛି ପଶୁପକ୍ଷୀ ତାଙ୍କ ପଛେ ପଛେ ବୁଲୁଥାନ୍ତି। ପ୍ରଦ୍ୟୁମ୍ନଙ୍କ କହିବା କଥାହେଲା ସଵୁ ପଶୁପକ୍ଷୀ ଟିକିଏ ଆଦର ପାଇଲେ ସେମାନେ ମଣିଷର ଵନ୍ଧୁ ହୋଇଯାଆନ୍ତି। କୌଣସି ପଶୁପକ୍ଷୀ ଵିଶ୍ଵାସଘାତକ ନୁହଁନ୍ତି କି କ୍ଷତିକାରକ ନୁହଁନ୍ତି । ଯଦିଓ ଏତେ ପଶୁପକ୍ଷୀଙ୍କ ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ତଥାପି ସେ ଚିନ୍ତିତ ନୁହନ୍ତି। ଏଇ ପଶୁପକ୍ଷୀ ମାନେ ତାଙ୍କର ପରିବାର ସଦସ୍ୟ ପାଲଟି ଯାଇଛନ୍ତି। ପ୍ରଦ୍ୟୁମ୍ନଙ୍କ ଛୋଟିଆ ଚା ଜଳଖିଆ ଦୋକାନ। ସେତିକିରେ ସିଏ ସନ୍ତୁଷ୍ଟ। ପଶୁପକ୍ଷୀଙ୍କ ଉପରେ କେହି ଅତ୍ୟାଚାର କଲେ ସେ ଆଦୌ ସହିପାରନ୍ତି ନାହିଁ। ଏପରିକି ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରୁଥିବା ମଣିଷ ମାନଙ୍କ ବିରୁଦ୍ଧରେ ସେ ଅନେକ ଥର ପୋଲିସର ସହାୟତା ଆଶା କରିଛନ୍ତି କିନ୍ତୁ ଏ ଦିଗରେ ତାଙ୍କୁ କୌଣସି ସାହାଯ୍ୟ ମିଳିନାହିଁ ବରଂ ଥଟ୍ଟା ପରିହାସ ଓ ଉପେକ୍ଷା ମିଳିଛି। ତାଙ୍କର ଏହିପରି ନିଃସ୍ଵାର୍ଥପର ସେବା ଓ ମହତ କାର୍ଯ୍ୟ ପାଇଁ ଏଵେ ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କହୁଛନ୍ତି। ସେ ଆଜି ସ୍ଥାନୀୟ ଲୋକ ମାନଙ୍କ ପାଇଁ ଜଣେ ପଶୁପକ୍ଷୀ ପ୍ରେମୀ ପାଲଟି ଯାଇଛନ୍ତି।
ଅଧିକ ଦେଖନ୍ତୁ :