ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ସେ ଦୀର୍ଘ ଦିନ ଧରି ଯୌନ ଶୋଷଣ କରି ଆସୁଥିଲେ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଏତଲା କପିରେ ଦର୍ଶାଯାଇଛି ଯେ ଜଣେ ଯୁବତୀ କାଷ୍ଟିଂ କାଉଚ୍ର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ନିର୍ଦ୍ଦିଷ୍ଟ ଯୁବତୀ ବ୍ଲାକମେଲ କରୁଥିବା ନେଇ ଶ୍ରୀ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ।
ଏଣେ ଶ୍ରୀ ପରିଜାଙ୍କ ଏତଲା ଆଧାରରେ ନୂଆପଲ୍ଲୀ ଥାନା ପୋଲିସ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଛି। ଯେଉଁ ମୋବାଇଲ୍ ଫୋନ୍ରୁ ଶ୍ରୀ ପରିଜାଙ୍କୁ ଫୋନ୍ ହୋଇଥିଲା, ପୁଲିସ ତାକୁ ଟ୍ରାକ୍ କରୁଛି। ସେହିଭଳି ଭାଇରାଲ୍ ହେଉଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଥମେ କିଏ ଅପଲୋଡ୍ କଲା, ତା’କୁ ବି ପୁଲିସ ଖୋଜୁଛି। ଏସବୁ ତଥ୍ୟ ପୁଲିସର ହସ୍ତଗତ ହେବା ପରେ ଏବଂ ଖୋଦ୍ ପୀଡ଼ିତା ସାମ୍ନାକୁ ଆସିବା ପରେ ଏହି ମାମଲା ପଛର ପ୍ରକୃତ ସତ ପଦାକୁ ଆସିବ ବୋଲି କୁହାଯାଉଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।