ନୂଆଦିଲ୍ଲୀ: ଆଜି ରାତି 12ରୁ ଆଗାମୀ 3 ସପ୍ତାହ ପର୍ଯ୍ୟନ୍ତ ପୁରା ଦେଶ ଲକ୍ ଡାଉନ୍ । ଜନତା କର୍ଫ୍ୟୁଠୁ ଆଉ ଦୁଇ ପାଦ ଆଗରେ ଏହି ପଦକ୍ଷେପ ବୋଲି ଆଜି ଦେଶକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାର ଅର୍ଥ ‘କୋଇ ରୋଡ ପର ନା ନିକଲେ’ ବୋଲି ଏକ ପ୍ଲା କାର୍ଡ ଦେଖାଇ ମୋଦି କହିଛନ୍ତି ।
ଘର ବାହାରକୁ ଗୋଟିଏ ପାଦ ଆପଣଙ୍କୁ ଏବଂ ଆପଣଙ୍କ ମପରିବାରକୁ କୋରୋନାରେ କବଳିତ କରିପାରେ ବୋଲି ମୋଦି କହିଛନ୍ତି । 21 ଦିନର ଲକ୍ ଡାଉନ୍ ନମାନିଲେ ଦେଶ 21 ବର୍ଷ ପଛକୁ ଚାଲିଯିବ । ଏପରିକି ବହୁ ପରିବାରକୁ ଧ୍ୱଂସ କରିପାରେ କୋରୋନା । ବିଶେଷ କରି କୋରୋନା ମୁକାବିଲା କରିବାର ଏକ ମାତ୍ର ପଦକ୍ଷେପ ହେଉଛି ‘ସୋସିଆଲ ଡିଷ୍ଟାନ୍ସିଂ’ ।
କୋରୋନା ବ୍ୟାପିବାର ଲକ୍ଷଣ କିଛି ନିଆରା ରହିଛି । ପ୍ରଥମ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କାବୁରେ ରହୁଥିବା ବେଳେ କିଛି ଦିନ ଭିତରେ ବେକାବୁ ହୋଇଯାଉଛି । ବହୁ ବିକଶିତ ଦେଶରେ ମେଡିକାଲ ସିଷ୍ଟମ ବହୁତ ଭଲ ଥାଇ ମଧ୍ୟ ସେମାନେ ଥକି ପଡ଼ିଛନ୍ତି । ଏହିସବୁ ଦେଶର ଏକ୍ସପର୍ଟଙ୍କ ଅନୁସାରେ ‘ସୋସିଆଲ ଡିଷ୍ଟାନ୍ସିଂ’ ହିଁ ଏକମାତ୍ର ପଦକ୍ଷେପ କୋରୋନା ପାଖରୁ ରକ୍ଷା ପାଇବାର ବୋଲି ମୋଦି କହିଛନ୍ତି ।
ଅର୍ଗସ ବ୍ୟୁରୋ: ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଥିବାବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଚଳିତ ମୌସୁମୀ ଋତୁରେ ରାଜ୍ୟର ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ। ପରବର୍ତ୍ତୀ କାଳରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ।
ଆସନ୍ତା ୨୪ ଘଣ୍ଟା ପାଇଁ କେଉଁଝର, ମୟୁରଭଞ୍ଜ, ବାଲେଶ୍ବର,ଭଦ୍ରକ, ଯାଜପୁର, ମାଲକାନାଗିରି, କୋରାପୁଟ,ନୂଆପଡ଼ା,କଳାହାଣ୍ଡି,କଂଧମାଳ, ଗଜପତି,ରାୟଗଡ଼ା, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା,ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଯାହାକୁ ନେଇ ହଳଦିଆ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। ଚଳିତ ମୌସୁମୀ ଋତୁ ୧ ଜୁନରୁ ୨୬ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ ପ୍ରତିଶତ କମ୍। ଅନ୍ୟପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ବୌଦ୍ଧ ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁର ରେ ନିଅଣ୍ଟିଆ ସ୍ଥିତି ରହିଛି। ବାକି ୨୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଇତିମଧ୍ୟରେ ଗତକାଲି ଠୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେପ୍ଟେମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କହିଲେ ପୁଅ ଜନ୍ମ ହୋଇଛି ଦେଲେ ଝିଅ । ଆଜି ସକାଳୁ ପ୍ରାଣକୃଷ୍ଣ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ହସ୍ପିଟାଲର ନର୍ସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ କିଛି ସମୟରେ ପରେ କନ୍ୟା ସନ୍ତାନ ଆଣି ଦେଇଥିଲେ । ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ କୁଆଡେ ଗଲା ପଚାରି ଥିଲେ । କିନ୍ତୁ ଭୁଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା କୁହାଯାଇଥିଲା ବୋଲି କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।
ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର, ଅନ୍ୟ ଷ୍ଟାଫକୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭିକୁ ଯାଞ୍ଚ କରାଯାଉ ଓ ଡିଏନଏ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଅଭିଯୋଗ ପରେ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ
।