ଭୁବନେଶ୍ୱର: ୯ମିନିଟର ବିଦ୍ୟୁତ କାଟକୁ ନେଇ ଚିନ୍ତାରେ ଶକ୍ତି ବିଭାଗ । ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାତି 9ଟାରେ ଆପାର୍ଟମେଣ୍ଟ,ସୋସାଇଟି ମେନ ସୁଇଚ ଅଫ ନ କରିବାକୁ ବିଭାଗ ପରାମର୍ଶ ଦେଇଛି । ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରିବାକୁ ମୋଦି ନିବେଦନ କରିଛନ୍ତି । ଏହି ସମୟରେ ଘର ଦ୍ବାର ମୁହଁରେ ଅଥବା ବାଲକୋନିରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଆଦି ଜାଳିବାକୁ ମୋଦୀ କହିଛନ୍ତି।
ଅନ୍ୟପକ୍ଷରେ ଏକାସଙ୍ଗରେ ସମସ୍ତ ଲାଇଟ ବନ୍ଦ ହେଲେ ଏହାର ପ୍ରଭାବ ଗ୍ରିଡ ଉପରେ ପଡିବା ନେଇ ଆଶଙ୍କା ଦେଖା ଦେଇଛି । ଏନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ଶକ୍ତି ସଚିବମାନଙ୍କୁ ହାଇଆଲର୍ଟରେ ରଖିଛନ୍ତି। କଣ କରିବେ, କଣ ନ କରିବେ, ସେ ନେଇ କେନ୍ଦ୍ର ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ବିଭାଗ କହିବା କଥୀ ଦେଶବାସୀ ୯ଟା ବେଳେ ଲାଇଟ ବନ୍ଦ କରିବା ପରେ ହଠାତ୍ ବିଜୁଳି ଚାହିଦା ହ୍ରାସ ପାଇବ ଓ ଏହାର ପ୍ରଭାବ ବିଦ୍ୟୁତ ଗ୍ରିଡ ଉପରେ ପଡ଼ିପାରେ। ସେହିଭଳି ହଠାତ ଲାଇଟ ଲଗାଇଲେ ମଧ୍ୟ ଫ୍ୟୁଜର ଆଶଙ୍କା ରହିଛି।
ଏଣୁ ଏହି ସମୟରେ କେବଳ ଲାଇଟ ସୁଇଜ ବନ୍ଦ ରଖନ୍ତୁ ଅନ୍ୟ ବିଦ୍ୟୁତ ଉପକରଣ ଓ ଘରର ମେନ ସୁଇଜକୁ ସ୍ବାଭାବିକ ରଖନ୍ତୁ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: