ଅଧିକ ପଢନ୍ତୁ ଓଡ଼ିଶା ଖବର
କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷକଙ୍କ ଦାବି ଯର୍ଥାଥ ବୋଲି କହିଥିବା ବେଳେ ଶିକ୍ଷକ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି । ସରକାର ତୁରନ୍ତ ଶିକ୍ଷକ ସଂଘ ଦାବି ମାନିବାକୁ ଅନୁରୋଧ କରିଛି କଂଗ୍ରେସ । ସେହିପରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପିପିଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ ସହିତ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଶିକ୍ଷକ ମାନଙ୍କ ଦାବି ବିଧାନସଭାରେ ଉପସ୍ଥାପନ କରାଯିବାର ପ୍ରତିଶୃତି ଦେଇଥିଲେ ସମ୍ବିତ ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହିତ ଆଲୋଚନା କରି ଶିକ୍ଷକ ପ୍ରସଙ୍ଗ ବିଧାନ ସଭାରେ ଉପସ୍ଥାପନ କରାଯିବ କହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମେରି ମାଟି ମେରି ଦେଶ ପାଇଁ ମାଟି ସଂଗ୍ରହ କରିଥିଲେ ସମ୍ବିତ ପାତ୍ର । ଆନ୍ଦୋଳନରତ ଶିକ୍ଷୟତ୍ରୀ ମାନଙ୍କୁ ଡ. ପାତ୍ର ମା' ସରସ୍ବତୀ ବୋଲି ସମ୍ବୋଧନ କରିବା ଓ ସେମାନଙ୍କ ଠାରୁ ସହିଦଙ୍କ ସମ୍ମାନ ଉଦେଶ୍ୟରେ ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରିବାକୁ ନେଇ ପିପିଲି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।