ନୂଆଦିଲ୍ଲୀ : କୋରୋନା ସହ ଲଢିବା ପାଇଁ ସାରା ଦେଶ ଲକ୍ଡାଉନ୍ । ଲକ୍ଡାଉନ୍ ଯୋଗୁଁ ବିମାନ, ରେଳ ଚଳାଚଳ ଠପ୍ ହୋଇଯାଇଥିବା ବେଳେ ଆସନ୍ତା ୧୫ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।
ଡିଜିସିଏ ସବୁଜ ସଂକେତ ଦେବା ପରେ ବିଭିନ୍ନ ବିମାନ କମ୍ପାନି ଟିକେଟ ବୁକିଂ ଆରମ୍ଭ କରିଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଜାତୀୟ ଗଣମାଧ୍ୟମ ସୂଚନାମୁତାବକ, ବିମାନ କମ୍ପାନିଗୁଡ଼ିକ ଯାତ୍ରୀଙ୍କ ପାଇଁ ଅପ୍ସନ୍ ବି ରଖିଛନ୍ତି ଯଦି ଲକ୍ଡାଉନ୍ ଘୁଞ୍ଚେ ତେବେ ପରବର୍ତ୍ତୀ ତାରିଖକୁ ଟିକେଟ୍ ଘୁଞ୍ଚାଇ ହେବ। କିନ୍ତୁ ଯାତ୍ରୀ ଅର୍ଥ ଫେରସ୍ତ ପାଇବାକୁ ଚାହିଁଲେ ପୂର୍ବ ଭଳି ଅର୍ଥ କଟିପାରେ ବୋଲି କୁହାଯାଇଛି ।
ଲକ୍ଡାଉନ୍ ପାଇଁ ଡିଜିସିଏ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିବାବେଳେ ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ରଖିଥିଲା। ହେଲେ ସାରା ଦେଶରେ ଏପ୍ରିଲ ୧୪ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ହେବାପରେ ଡିଜିସିଏ ବିମାନ ଚଳାଚଳ ଏପ୍ରିଲ ୧୪ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲା। କେବଳ କାର୍ଗୋ ବିମାନ ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ରହିିଥିଲା ।
ଡିଜିସିଏ ବିଜ୍ଞପ୍ତି ଜାରି କରିବା ପରେ ବିମାନ କମ୍ପାନିମାନେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଅପରପକ୍ଷେ ଏପ୍ରିଲ ୧୫ରୁ ସମସ୍ତ ବିମାନ ସେବା ସ୍ବାଭାବିକ ହେବ ବୋଲି କୁହାଯିବା ପରେ ଏପ୍ରିଲ ୧୪ତାରିଖ ରାତି ୧୨ଟା ପରେ ବିମାନ ଯାତ୍ରା ପାଇଁ ୱେବସାଇଟରେ ଦେଇଛନ୍ତି।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?