ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଡାଇରେକ୍ଟର ଗୀତାଞ୍ଜଳି ପଦ୍ମନାଭନଙ୍କ ଠାରୁ ମିଳିଛି ଖୁସି ଖବର ।ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ଏବଂ ଭଲରେ ଅଛନ୍ତି ବୋଲି ଏମ୍ସ ଡାଇରେକ୍ଟର ଗୀତାଞ୍ଚଳି କହିଛନ୍ତି ।ଏହି ରୋଗୀ ଏମ୍ସର ଆଇସୋଲେସନର ୟୁନିଟରେ ଚିକିତ୍ସିତ ହେଉଛନ୍ତି । ରୋଗୀ ଜଣଙ୍କ ମାନସିକ ଓ ଶାରୀରିକ ଦୃଷ୍ଟିରେ ଭଲ ଅଛନ୍ତି ।
ଏହି ରୋଗୀଙ୍କର ନିକଟରେ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ମଧ୍ୟ ଭଲ ଅଛନ୍ତି । ଏମାନଙ୍କ ଭିତରୁ କାହାଠାରେ ମଧ୍ୟ କରୋନା ଲକ୍ଷଣ ଦେଖାଯାଇ ନାହିଁ । ଏମାନଙ୍କ ମଧ୍ୟରୁ କିଛି ଲୋକ ଲୋକଙ୍କ କରୋନା ପରୀକ୍ଷା ନେଗେଟିଭ ଆସିଛି ।
ଆଜି ଏମ୍ସ ଡାକ୍ତର କହିଛନ୍ତି ଜରୁରୀକାଳୀନ ସେବା ଏବଂ ଅନ୍ୟ ରୋଗୀଙ୍କ ପାଇଁ ଡପିଡି ବନ୍ଦ କରି ଦିଆଯାଇଛି ।କେବଳ ଜୁରୀରକାଳୀନ ଅସ୍ତ୍ରୋପଚାର ବିନା ଅନ୍ୟାନ୍ୟ ଅସ୍ତ୍ରୋପଚାର ମଧ୍ୟ ବନ୍ଦ କରି ଦିଆଯାଇଛି ।ଏମ୍ସରେ ମାଗଣା କରୋନା ନମୁନା ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
