ତେଲ ସନ୍ଧାନ ନେଇ ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା
ଓଡ଼ିଶାରେ ଷଷ୍ଠ କୋରୋନା ରୋଗୀ ଚି଼ହ୍ନଟ, 48 ଘଣ୍ଟା ପାଇଁ କଟକ ସଟ୍ଡାଉନ୍
କଟକ: ଦିନକୁ ଦିନ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭୂତାଣୁ । ଏହି କ୍ରମରେ ଓଡ଼ିଶାରେ ଷଷ୍ଠ କୋରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ କଟକର ହୋଇଥିବା ଜଣାପଡିଛି ।
କିଛି ଦିନ ତଳେ ସେ ଦିଲ୍ଲୀରୁ କଟକ ଫେରିଛନ୍ତି । ତେବେ ସେ କେତେଜଣଙ୍କ ସଂଶ୍ପର୍ଷରେ ଆସିଛନ୍ତି ସେନେଇ କୌଣସି ସୂଚନା ମିଳି ନାହିଁ । ଏଥିପାଇଁ ଆଜି ଅପରାହ୍ଣ ୪ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ଅର୍ଥାତ୍ ଆସନ୍ତା ରବିବାର ଅପରାହ୍ଣ ୪ଟା ଯାଏଁ କଟକ ସଟଡାଉନ୍ ରଖିବାକୁ ସରକାର ଘୋଷଣା କରିଛନ୍ତି । ଏହି ସମୟ ଅବଧି ମଧ୍ୟରେ ଷଷ୍ଠ ରୋଗୀ ଯେଉଁମାନଙ୍କ ସଂଶ୍ପର୍ଷରେ ଆସିଛନ୍ତି ତାଙ୍କୁ ଚିହ୍ନଟ କରାଯିବ
Download Argus News App
