Bhakti: Bhabare Bhagabata | EP -437 | Argus News
ଓଡ଼ିଶାରେ ଟଳିନି ପଙ୍ଗପାଳ ବିପଦ, ସୀମାବର୍ତ୍ତି ଜିଲ୍ଲାରେ ରହିଛି ହାଇ ରିସ୍କ- ମନ୍ତ୍ରୀ ଅରୁଣ ସାହୁ
ଅର୍ଗସ ବ୍ୟୁରୋ : ଓଡ଼ିଶାକୁ ପଙ୍ଗପାଳ ବିପଦ ଟଳି ନାହିଁ। ପଙ୍ଗପାଳ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତରେ ରହିଛନ୍ତି। ଏହାସହ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରାଯାଇଛି। ଅଗ୍ନିଶମ ବିଭାଗଠାରୁ ବଡ଼ ସ୍ପେୟର ପାଇଁ ବନ୍ଦୋବସ୍ତ ହୋଇଛି। ପ୍ରତି ଜିଲ୍ଲାରେ ଓ କୃଷି ଭବନରେ କଂଟ୍ରୋଲ ରୁମ ଖୋଲାଯାଇଛି ବୋଲି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି। ସୀମାବର୍ତ୍ତି ଅଞ୍ଚଳରେ ହାଇ ରିସ୍କ ରହିଛି । ଦୁଇ ଦିନ ତଳେ 9ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମୋଡ଼େରେଟ ରିସ୍କରେ ବାକି 9 ଜିଲ୍ଲା ରହିଛି। ଲୋ ରିସ୍କରେ ଉପକୂଳର 12ଟି ଜିଲ୍ଲା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
Download Argus News App
