ଭୁବନେଶ୍ୱର: କୋରୋନା ଚିନ୍ତା । ଦେଶବାସୀଙ୍କୁ ସେବା ଯୋଗାଇବାରେ ପିଏମଓ ଆରମ୍ଭ କରିଛି ସମସ୍ତ ପ୍ରସ୍ତୁତି । ଆଉ ସାରା ଦେଶର ସ୍ଥିତି ଉପରେ ପ୍ରତିଦିନ ଟିକନିକ୍ ଖବର ଦେବାପାଇଁ ମନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛି ପିଏମଓ । ଆଉ ଓଡିଶାର ପ୍ରତିଦିନ ଖବର ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ଦେଇଛି ପିଏମଓ । ଓଡିଶାରେ ପ୍ରତିଦିନ ଘଟୁଥିବା ଘଟଣା, କରୋନା ଭାଇରସ ସଂକ୍ରମଣ ରୋକିବା, କ୍ୱାରେଣ୍ଟାଇନ ଓ ସ୍ୱାସ୍ଥ୍ୟସେବା ଯୋଗାଇବା, ଲୋକମାନଙ୍କ ଉପରେ ପଡୁଥିବା ଲକଡାଉନର ପ୍ରଭାବ ହ୍ରାସ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ଏ ସମ୍ପର୍କରେ ଓଡିଶାର ରିପୋର୍ଟ ପିଏମଓକୁ ଦେବେ ଧର୍ମେନ୍ଦ୍ର ।
ଆଉ ଏହି କ୍ରମରେ ପ୍ରତିଦିନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ପ୍ରଶାସନିକ ଅଧିକାରୀ ସହ ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ଧର୍ମେନ୍ଦ୍ର । ଆଉ ପିଏମଓକୁ ଏ ସମ୍ପର୍କିତ ରିପୋର୍ଟ ଦେଉଥିବା ଜଣାପଡିଛି ।
ପିଏମଓ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରମନ୍ତ୍ରୀ ମାନେ ପ୍ରତିଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ । ଜିଲ୍ଲାପ୍ରଶାସନ ଗୁଡିକ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଅବଗତ ହେବେ । ଜିଲ୍ଲା ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ଏନେଇ ସମସ୍ତ ରିପୋର୍ଟକୁ ପିଏମଓକୁ ଅବଗତ କରାଇବାର ଦାୟିତ୍ୱ ମିଳିଛି କେନ୍ଦ୍ରମନ୍ତ୍ରୀ ମାନଙ୍କୁ ।
ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ମହେନ୍ଦ୍ର ନାଥ ପାଣ୍ଡେ, କ୍ରିଷ୍ଣଲାଲ ସିଂହଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପ୍ରକାଶ ଜାଭେଦକରଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ଓ ରବିଶଙ୍କର ପ୍ରସାଦଙ୍କୁ ମିଳିଛି ବିହାର ଦାୟିତ୍ୱ । ମୁକତାର ଆବାସ ନକଭିଙ୍କୁ ଝାଡଖଣ୍ଡ ଦାୟିତ୍ୱ ଦିଆଯାଇଥିବା ବେଳେ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ରାଜସ୍ଥାନ ଓ ପଞ୍ଜାବର ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।
ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ ଆଧାରରେ ସରକାର ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ବିଶେଷକରି କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ । ଲକଡାଉନ ପ୍ରଭାବ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରାଥମିକତା ଭିତ୍ତିରେ ରିପୋର୍ଟ ଦେବେ କେନ୍ଦ୍ରମନ୍ତ୍ରୀମାନେ ।
ଲକଡାଉନ ସମୟରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଉଛନ୍ତି କି ନାହିଁ, ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ମିଳୁଛି କି ନାହିଁ, ସାଧାରଣ ଜନତାଙ୍କର କଣ ରହିଛି ସମସ୍ୟା ଏନେଇ ରିପୋର୍ଟ ଦେବେ ମନ୍ତ୍ରୀ । କେନ୍ଦ୍ର ସରକାର କୋଭିଡ-19ର ମୁକାବିଲା କରିବା ପାଇଁ ଦେଇଥିବା ବିଭିନ୍ନ ଗାଇଡଲାଇନ କିଭିଳି ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି ତାହା ଉପରେ ନଜର ରଖିବା ପାଇଁ ମନ୍ତ୍ରୀମାନଙ୍କୁ କୁହାଯାଇଛି ।
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ବଲିଉଡରେ ଜଣକ ପରେ ଜଣଙ୍କର ମ୍ୟାରେଜ। ପ୍ରଥମେ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ କରିଥିଲେ। ଏମାନଙ୍କ ପରେ ସୁନୀଲ ସେଟ୍ଟୀଙ୍କ ଏକମାତ୍ର କନ୍ୟା ଆଥୀୟା ସେଟ୍ଟୀ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ। ତେବେ ବଲିଉଡ ସେଲିବ୍ରିଟି ମାନେ ନିଜର ବିବାହକୁ ଏକଦମ ସିକ୍ରେଟଲି କରିବାକୁ ଚାହୁଁଛନ୍ତି। ଆଉ ସମସ୍ତଙ୍କର ପ୍ରାୟତଃ ପସନ୍ଦ ରହୁଛି ରାଜସ୍ଥାନର ଉଦୟପୁର ଏବଂ ଜୟପୁରରେ ଥିବା ସୁନ୍ଦର ସୁନ୍ଦର ପ୍ୟାଲେସରେ ନିଜର ମ୍ୟାରେଜ କରିବା।
ଆଜି ଆମେ କହୁଛୁ ମୋଷ୍ଟ ପପୁଲାର କପଲ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ କଥା। ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର ।ଏହି ବିବାହରେ ରହିଛି ଅନେକ ଥିମ ଏବଂ ନିୟମ। କାହିଁକିନା ଫଟୋ କିମ୍ବା ଭିଡିଓ ବାହାରେ ଲିକ ନ ହେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ।
ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସନ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ଦୁହେଁ। ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଞ୍ଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତଃ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ଫ୍ୟାନମାନେ। ପଛକୁ ପଛ ବିମାନବନ୍ଦରରେ ପହଞ୍ଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଞ୍ଚିଛନ୍ତି।
ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି । କିଛି ଦିନ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ୩ମାସ ପୂର୍ବରୁ ନିର୍ବନ୍ଧ କରି ନିଜ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । ଆଉ ଏବେ ବିବାହ କରି ସାତଜନ୍ମ ପାଇଁ ସାଥୀ ପାଲଟିବେ ରାଘବ ଓ ପରିଣୀତି।
ଆହୁରି ପଢ଼ନ୍ତୁ ମନୋରଞ୍ଜନ ଖବର...
ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ଅଭିନେତ୍ରୀଙ୍କର ବହୁତ ଫ୍ୟାନ। ସେ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ହୁଅନ୍ତୁ ସମସ୍ତେ ଫ୍ୟାନଙ୍କ ହୃଦୟରେ ରାଜ କରନ୍ତି। ଫ୍ୟାନମାନେ ଇମୋସନାଲି ଆଟାଚଡ ମଧ୍ୟ ହୋଇଥାନ୍ତି। ଆଜି ଆମେ କହୁଛୁ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ କଥା ଯାହାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ। କାରଣ ସାଇଙ୍କ ସବୁ ଫିଲ୍ମ ସୁପରଡୁପର ହିଟ ହୋଇଥାଏ। ଭଲ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦିଅନ୍ତି। ସାଇଙ୍କ ଅଭିନୟ ମଧ୍ୟ ସବୁ ମୁଭିରେ ଜବରଦସ୍ତ ହୋଇଥାଏ। ତାଙ୍କ ସିମ୍ପଲ ଲୁକ୍ସର ସଭିଏଁ ଦିଓ୍ବାନା। ସୋସିଆଲ ମିଡିଆରେ ସାଇ ପଲ୍ଲବୀଙ୍କୁ ନେଇ ଗୋଟିଏ କଥା ଏବେ ଭାରି ଭାଇରାଲ ହେବାରେ ଲାଗିଛି। ସାଇ ପଲ୍ଲବୀ ବିବାହ କରିସାରିଛନ୍ତି।
ଆପଣ ଜାଣିଛନ୍ତି ନା ନାହିଁ। ତାଙ୍କର ଏହି ଫଟୋ ଏବେ ଟ୍ରେଣ୍ଡିଂରେ। ତେବେ ଖବରଟି ସମ୍ପୂର୍ଣ୍ଣ ଗୁଜବ କହି ସାଇ ଆଜି ମୁହଁ ଖୋଲିଛନ୍ତି।
ସାଇ ପଲ୍ଲବୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ତାଙ୍କର ସରଳତା, ଅଭିନୟ ଏବଂ ନାଚୁରାଲ ବିୟୁଟି ହେତୁ ସେ ଲକ୍ଷ ଲକ୍ଷ ହୃଦୟରେ ରାଜ୍ କରନ୍ତି। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଏବେ ତାଙ୍କର ଏକ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ଫୁଲମାଳ ପକାଇଥିବା ଦେଖାଯାଇଥିଲା। ଏହି ଫଟୋ ଦେଖି ଦୁହେଁ ଲୁଚି ଲୁଚି ବିବାହ କରିସାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସାଇ ଏହି ଭାଇରାଲ ଫଟୋକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି। ଆଉ ଲୋକଙ୍କ ଉପରେ ବର୍ଷିଛନ୍ତି।
ସାଇ ପଲ୍ଲବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଭାଇରାଲ ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହି ଫଟୋରେ ସାଇ ପଲ୍ଲବୀ ଏବଂ ନିର୍ଦ୍ଦେଶକ ରାଜକୁମାର ପେରିୟାସାମୀଙ୍କ ବେକରେ ଫୁଲମାଳ ପଡ଼ିଥିବାର ଦେଖାଯାଇଛି। ଏହି ଫଟୋ ଶେୟାର କରି ସାଇ ଲେଖିଛନ୍ତି, ‘ସତ କହିବାକୁ ଗଲେ ମୁଁ ଗୁଜବ ବିଷୟରେ ଚିନ୍ତା କରେ ନାହିଁ। କିନ୍ତୁ ଏହି ଗୁଜବ ମୋ ପରିବାର ଏବଂ ସାଙ୍ଗମାନଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ମୁଁ ସ୍ପଷ୍ଟ କରୁଛି। ମୋ ଚଳଚ୍ଚିତ୍ର ଏସକେ-୨୧ର ପୂଜା ସମାରୋହରେ ଉଠାଯାଇଥିବା ଗ୍ରୁପ ଫଟୋକୁ କାଟି ଖରାପ ଉଦ୍ଦେଶ୍ୟରେ ଏହାକୁ ଶେୟାର କରାଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର