ଭୁବନେଶ୍ଵର : କରୋନାର ଭୟାବହ ଆକ୍ରମଣ ସମୟରେ ଲକଡାଉନ ଏବଂ ସାମାଜିକ ଦୂରତ୍ଵକୁ ବଜାୟ ରଖି କିପରି ସମସ୍ୟାରେ ଥିବା ଜନସାଧାରଣଙ୍କୁ ସହାୟତା ଯୋଗାଇ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ଦଳର ସାଂସଦ, ବିଧାୟକ ଓ ନେତାମାନେ ବାରମ୍ବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥା ହେଉଥିବା ଦଳ ତରଫରୁ ପ୍ରକାଶ କରାଯାଇଛି।
ବିଜେପିର କାର୍ଯ୍ୟକର୍ତ୍ତାମାନେ ନିଜେ ରୋଷେଇ ସହ ଅନ୍ୟୁନ 5 ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଅସୁବିଧାରେ ଥିବା ଗରୀବ ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ଦଳର ବ୍ଲକ ଓ ପଞ୍ଚାୟତ ସ୍ତରୀୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କ ପାଖରେ ବାର୍ତ୍ତା ପହଁଚାଯାଉଛି।
କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନିଜ ପଞ୍ଚାୟତରେ ଲୋକମାନଙ୍କ ମଧ୍ୟରେ ଚାଉଳ, ତେଲ ଆଦି ପହଁଚାଇବା ପାଇଁ ବ୍ୟବସ୍ଥା କରିଥିବା ଦଳ ତରଫରୁ ସୂଚନା ଦିଆଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଲୋକମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଁଚାଇବା କାମରେ ଲାଗିଛନ୍ତି।
ଓଡ଼ିଶାର ଶ୍ରମିକ ଶ୍ରେଣୀର ଲୋକ ବିଭିନ୍ନ ରାଜ୍ୟରେ ଫସି ରହିବା ଓ ଖାଇବା ପିଇବା ଓ ରହିବାର ସମସ୍ୟାରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଓଡ଼ିଶା ସରକାର ତଥା ସଂପୃକ୍ତ ରାଜ୍ୟ ସରକାର ଓ ସଂପୃକ୍ତ ରାଜ୍ୟର ଓଡ଼ିଆ ସଙ୍ଗଠନ ମାନଙ୍କ ସହ ସଂଯୋଗ ସ୍ଥାପନ କରିବା କାମର ନେତୃ୍ତ୍ଵ ନେଉଥିବା ଦଳ ତରଫରୁ ପ୍ରକାଶ କରାଯାଉଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସହ ପ୍ରତ୍ୟେକ୍ଷ ଭାବରେ କଥା ହୋଇ କରୋନା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ଓଡ଼ିଶା ରାଜ୍ୟରେ କରୋନା ପ୍ରସ୍ତୁତି ଓ କ୍ରିୟାନ୍ଵୟନ କାମ ଉପରେ ନଜର ରଖି ସମସ୍ତ ଖବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସେ ସଂଯୋଗ ସ୍ଥାପନାର କାମ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଓଡ଼ିଶା କରୋନା ମୁକାବିଲା ନେଇ ଦୈନିକ ରିପୋର୍ଟ କରିବା ପାଇଁ ଦାୟିତ୍ଵ ଦିଆଯାଇଛି।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।