କଳାହାଣ୍ଡି: କଳାହାଣ୍ଡିରେ ଚିହ୍ନଟ ହେଲେ ଦ୍ୱିତୀୟ କରୋନା ପଜିଟିଭ । କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା । କଳାହାଣ୍ଡିର ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ସେ ଆସିଥିବାର ସୂଚନା । ସାଥୀହୋଇ କ୍ରିକେଟ ଖେଳିବା ଯୋଗୁଁ କରୋନା ବ୍ୟାପିଥିବା ସୂଚନା ମିଳିଛି । ଆକ୍ରାନ୍ତ ବ୍ୟକ୍ତିକୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯିବ । ଗତକାଲି ସଂନ୍ଧ୍ୟାରେ 4ଟି କେସ୍ ସାମ୍ନାକୁ ଆସିଥିଲା । ତାଙ୍କର ସଂସ୍ପର୍ସରେ ଆସିଥିବା ଲୋକଙ୍କ ଅନୁସନ୍ଧାନ ଚାଲିଛି ।
ସେଥି ମଧ୍ୟରୁ ଗୋଟିଏ କଳାହାଣ୍ଡିର ବୋଲି ଜଣାପଡ଼ିଛି । ଇତିମଧ୍ୟରେ କଳହାଣ୍ଡିରେ ଦ୍ୱିତୀୟ କୋରୋନା ପଜେଟିଭ କେସ୍ ସାମ୍ନାକୁ ଆସିଛି । ଯେଉଁଭଳି ଭାବରେ କୋରୋନା ଭାଇରସ କାୟା ବିସ୍ତାର କରୁଛି ଏହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଅବଲମ୍ୱନ କରୁଛନ୍ତି । ଏହାପରେ ବି ଗୋଟି ପରେ ଗୋଟିଏ କୋରୋନା ପଜେଟିଭ ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି ।
