ଘରର ଆଜବେଷ୍ଟସ ଓ ଚାଳଛପର ଉଡିଯାଇଛି। ବିଦ୍ୟୁତ ତାର ଛିଣ୍ଡିବା ଲୋକେ ବିଜୁଳି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି କାଳବୈଶାଖୀରେ ପାଣି ଟାଙ୍କି ଭାଙ୍ଗିଯାଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କାଳବୈଶାଖୀରେ ଭାଙ୍ଗିଲା ୧୭ ଘର। ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ରୁଗୁଡି ପଞ୍ଚାୟତ ଅଧୀନ କାଦଡିହା ଗ୍ରାମରେ କାଳବୈଶାଖୀ ଯୋଗୁଁ 17ରୁ ଅଧିକ ଘର ଭାଙ୍ଗିଯାଇଛି।
ଘରର ଆଜବେଷ୍ଟସ ଓ ଚାଳଛପର ଉଡିଯାଇଛି। ବିଦ୍ୟୁତ ତାର ଛିଣ୍ଡିବା ଲୋକେ ବିଜୁଳି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି କାଳବୈଶାଖୀରେ ପାଣି ଟାଙ୍କି ଭାଙ୍ଗିଯାଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା 26 ନଂ ଜାତୀୟ ରାଜପଥ ହନୁମାନ ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଥିବାବେଳେ ସଇଁନ୍ତଲା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତି ଆମ୍ବପାଲି ଗାଁର ସରୋଜ ଗହୀର ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: