ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେବ । କାହିଁକି ନାଁ କରୋନା ଭାଇରସ ଯେଉଁ ଭଳି ଭାବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି ସେଥିପାଇଁ ଆଗାମୀ ଦୁଇ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ କରୋନା ସଂକ୍ରାମକର ଶିକାର ଆମେରିକା, ଇଟାଲୀ, ସ୍ପେନ ପରି ଦେଶରେ 5 ହଜାର ଆକ୍ରାନ୍ତଙ୍କ ପରେ ବ୍ୟାପକ ଭାବେ ବଢିଥିଲା । ଯାହାକି ଏବେ ବି ଅଣାୟତ୍ତ ସ୍ଥିତି ଜାରିରହିଛି ।
ତେବେ ଏକ ପରିସଂଖ୍ୟାନରୁ ଜଣାପଡିଛି ୟେ କୋରୋନା ଆକ୍ରାନ୍ତ ଦୁଇ ସପ୍ତାହରେ 3ଟି ଦେଶରେ ବଢିଥିଲା । ଇଟାଲିରେ ଦୁଇ ସପ୍ତାହରେ କରୋନା ସଂକ୍ରମଣ 5 ହଜାରରୁ 50 ହଜାର ବଢିଥିଲା, ସେହିପରି ସ୍ପେନରେ 5 ହଜାରରୁ ଦୁଇ ସପ୍ତାହ ମଧ୍ୟରେ 80 ହଜାର ବଢିଥିବାବେଳେ ଆମେରିକାରେ 5 ହଜାରରୁ ଦୁଇ ସପ୍ତାହ ମଧ୍ୟରେ 2 ଲକ୍ଷ ସଂକ୍ରମଣ ହୋଇଥିଲା । ଏଥିରୁ ସଷ୍ଟ ହେଉଛି ଆଗାମୀ ଦୁଇ ସପ୍ତାହ ଆମ ଦେଶ ପାଇଁ ଗୁରୁତ୍ବ ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା 6 ହଜାରରୁ ଅଧିକ ରହିଛି, ଯାହାକି ଜାତୀୟ ଗଣମାଧ୍ୟମରେ ଏନେଇ ଆସନ୍ତା ଦୁଇ ସପ୍ତାହ ମହତ୍ୱପୁଣ୍ଣ ଥିବା କଥା ଚର୍ଚ୍ଚା ହେଉଛି ।
ଭାରତରେ 30 ଜାନୁୟାରୀରେ ପ୍ରଥମ କରୋନା ଚିହ୍ନଟ ହେବା ପରେ ଫ୍ରେବୃଆରୀରେ ତାହା ପୁରା ସ୍ଥିର ରହିବା ପରେ ମାର୍ଚ୍ଚ ପ୍ରଥମ ଦୁଇ ସପ୍ତାହ ମଧ୍ୟ ବଢିନଥିଲା,ହେଳେ ମାର୍ଚ୍ଚ ତୃତୀୟ ସପ୍ତାହ ପରଠାରୁ କରୋନା ସଂକ୍ରମଣ ସଂଖ୍ୟା 5ଶହ ହୋଇଥିଲା । ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା 22 ମାର୍ଚ୍ଚ ପରଠାରୁ 8 ଏପ୍ରିଲ ଯାଏ 5 ହଜାରରେ ପହଞ୍ଚିଗଲା । ତେବେ ସଂକ୍ରମଣର ବୃଦ୍ଧି ହାର ଅନ୍ୟ ଦେଶ ତୁଳନାରେ କମ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକଡାଉନ ସହ ପରାମର୍ଶ ଓ ଆଦେଶକୁ ଜନ ସାଧାରଣ ପାଳନ କରୁଥିବା କାରଣରୁ ସଂକ୍ରମଣ ବ୍ୟାପକ ସ୍ତରକୁ ଯାଇନାହିଁ । ତଥାପି ସତର୍କତା ସହ ସଂଜମତା ରହିବା ଏବେ ଜରୁରୀ ହୋଇପଡିଛି ।
ତେବେ ବିଶ୍ୱର ତିନୋଟି ପ୍ରମୁଖ ଦେଶ ଇଟାଲି, ସ୍ପେନ ଓ ଆମେରିକାର କରୋନା 5 ହଜାର ଆକ୍ରାନ୍ତଙ୍କ ପରେ ଦ୍ବିତୀୟ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଥିଲା । ଭାରତରେ 10 ଏପ୍ରିଲ ଯାଏ 6 ହଜାର ଥିବାବେଳେ ଇଟାଲିରେ 5 ମାର୍ଚ୍ଚ ଯାଏ 5 ହଜାର ,ସ୍ପେନରେ 10 ମାର୍ଚ୍ଚ ଯାଏ 5 ହଜାର ଆଉ ଆମେରିକାରେ 15 ମାର୍ଚ୍ଚରେ 5 ହଜାର ଥିଲା । ବଡକଥା ହେଲା ସବୁଠାରୁ ବିକାଶଶୀଳ ଓ ଶକ୍ତିଶାଳି ରାଷ୍ଟ୍ର ଆମେରିକାରେ ପ୍ରତିଦିନ 10ରୁ 20 ହଜାର ସଂକ୍ରମଣ ଶିକାର ହେଉଛନ୍ତି । ଏସବୁ ସ୍ଥିତିରୁ ଜଣାପଡୁ ଯେ ଆଗାମୀ ଦୁଇ ସପ୍ତାହ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ପୁରା କଡା ନଜର ରଖିଛନ୍ତି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଦଳର ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ କରି ଆଲୋଚନା ଜାରି ରଖିଛନ୍ତି । ଭାରତରେ କରୋନା ସଂକ୍ରମିତ ବଢୁଥିବା ବେଳେ ସୁସ୍ଥ ହୋଇ 516 ଜଣ ସୁସ୍ଥ ହୋଇଛନ୍ତି । ବଡ ମନ୍ତ୍ର ହେଲା ଲକଡ ଡାଉନ ସଠିକ ପାଳନ କରି କରୋନାକୁ ହରାଇ ପାରିବା ।
