ଅର୍ଗସ ବ୍ୟୁରୋ: ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ଚୀନ ପରେ ଏବେ ଆମେରିକାରେ ତାର କାୟା ବିସ୍ତାର କରିଛି । ଏବେୟୁଏସଏ ଚୀନକୁ ଟପି ଯାଇଛି । ସଂପ୍ରତି ୟୁଏସଏରେଏବେ ଆକ୍ରାନ୍ତଙ୍କ ସଖ୍ୟା ୮୫, ୭୪ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧, ୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧, ୮୬୮ ଲୋକ ସୁସ୍ଥ ହେଉଥିବା ବେଳେ ୮୨, ୫୬୯ ଚିକିତ୍ସିତ ହେଉଛନ୍ତି ।
ସେହିପରି ଚୀନରେ ୮୧, ୩୪୦ ଆକ୍ରାନ୍ତ, ୩, ୨୯୨ମୃତ, ୭୪,୫୮୮ସୁସ୍ଥ ଏବଂ ୩,୪୬୦ ଚିକିତ୍ସିତ ହେଉଛନ୍ତି । ଇଟାଲୀରେ ୮୦, ୫୮୯ ଜଣ ଆକ୍ରାନ୍ତା ହୋଇଥିବା ବେଳେ ୮, ୨୧୫ ଲୋକଙ୍କର ମୃତ୍ୟୁ ହୋଇଛି । ୧୦, ୩୬୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨, ୦୧୩ ଲୋକ ଏବେ ଚିକିତ୍ସିତ ହେଉଛନ୍ତି । ସ୍ପେନରେ ୫୭, ୭୮୬ ଆକ୍ରାନ୍ତ, ୪, ୩୬୫ ମୃତ, ୭, ୦୧୫ ସୁସ୍ଥ ଏବଂ ୪୬, ୪୦୬ ଚିକିତ୍ସିତ ହେଉଛନ୍ତି ।
ସେହିପରି ଜର୍ମାନୀରେ ୪୭, ୨୭୮ ଆକ୍ରାନ୍ତ, ୨୮୧ ମୃତ, ୫, ୬୭୩ସୁସ୍ଥ ହୋଇଥିବା ୪୧, ୩୨୪ ଲୋକ ଏବେବି ଚିକିତ୍ସିତ ହେଉଛନ୍ତି । ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୩୨, ମୃତକଙ୍କ ସଂଖ୍ୟା ୨, ୩୭୮, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୧, ୧୩୩ ହୋଇଥିବା ବେଳେ ୧୮, ୮୨୧ଲୋକ ଏବେ ଚିକିତ୍ସିତ ହେଉଛନ୍ତି । ସହିପରି ଫ୍ରାନ୍ସରେ ୨୯, ୧୫୫ ଆକ୍ରାନ୍ତ ହୋଇଥିବା ବେଳେ ୧, ୬୯୬ ଲୋକଙ୍କ ମୃତ୍ୟୁ ହୋଇଛି । ୪, ୯୪୮ ଲୋକ ସୁସ୍ଥ ହୋଇଥିବା ବେଳେ ୨୨, ୫୧୧ ଲୋକ ଚିକିତ୍ସିତ ହେଉଛନ୍ତି ।
ସ୍ୱିଜରଲାଣ୍ଡରେ ୧୧, ୯୫୧ଲୋକ ଆକ୍ରାନ୍ତ ହୋଇଛନ୍ତି । ୧୯୭ ଲୋକଙ୍କର ମୃତ୍ୟୁ ହୋଇଛି । ୧୩୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧, ୬୨୩ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ପରି ୟୁକେରେ ୧୧, ୬୫୮ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫୭୮ ଲୋକଙ୍କର ମୃତ୍ୟୁ ହୋଇଛି, ୧୩୫ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧୦, ୯୪୫ ଲୋକ ଏବେ ଚିକିତ୍ସିତ ହୋଇଛନ୍ତି । ଦକ୍ଷିଣ କୋରିଆରେ ମଧ୍ୟ ୯, ୩୩୨ ଲୋକ ଆକ୍ରାନ୍ତ ହୋଇଛଛନ୍ତି । ସେମାନଙ୍କ ମଧ୍ୟରୁ ୧୩୯ ଜଣଙ୍କର ମୃତ୍ୟୁ ହୋଇଛି ଓ ୪, ୫୨୮ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪, ୬୬୫ ଲୋକ ଚିକିତ୍ସିତ ହେଉଛନ୍ତି । ଏବେ ସମଗ୍ର ବିଶ୍ୱରେ ପ୍ରାୟ ସାଢେ ୫ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୧୦ଟି ରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୪ ଲକ୍ଷ ।
ସେହିପରି ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୬୭୩ ଜଣ ଚିକିତ୍ସିତ ହେଉଛନ୍ତି ।
