
ଅର୍ଗସ ବ୍ୟୁରୋ: ସାରା ବିଶ୍ଵ ଆଜି ମହାମାରୀ କରୋନାକୁ ନେଇ ଚିନ୍ତାରେ ଥିବାବେଳେ ଏଥିରୁ ବର୍ତ୍ତି ନାହାନ୍ତି ଜୀବ ଜନ୍ତୁ। ଲକ୍ ଡାଉନ ଫଳରେ ଖାଦ୍ୟ ପାଇଁ ଡ଼ହଳ ବିକଳ ମାଙ୍କଡ଼ ମାନେ। ଜୀବଜନ୍ତୁଙ୍କ ଉପରେ କୋରୋନା ପ୍ରଭାବ ବିପୁଳ ମାତ୍ରାରେ ପଡିଛି । ଲକ୍ ଡାଉନ ଯୋଗୁଁ ପଶୁ ପକ୍ଷୀଙ୍କୁ ମିଳୁନି ଖାଦ୍ୟ । ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ମାଙ୍କଡ଼ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଚଣ୍ଡି ମନ୍ଦିର । ଦୀର୍ଘ ବର୍ଷ ହେବ ବା ବହୁ ପୁରାତନ ଅମଳରୁ ଚଣ୍ଡୀ ମନ୍ଦିର ପାଇଁ ଆଜି ଚଣ୍ଡିଖୋଲ ନାମ ପାଇଁଛି।
ଏହି ମନ୍ଦିର ପାଶ୍ୱର୍ରେ ହଜାର ହଜାର ମାଙ୍କଡ଼ ବସ ବାସ କରନ୍ତି। ଯଦି ଆମେ କହିବା ଆଜି ମହାମାରୀ କରୋନା ଭୁତାଣୁ କୁ ନେଇ ସାରା ବିଶ୍ୱରେ ଆହାକାର ସୃଷ୍ଟି ହୋଇଥିବା ବେଳେ। ଭାରତ ସରକାରଙ୍କ ସାରା ଦେଶରେ ଲକ୍ ଡାଉନ ନିୟମ ଲାଗି ରହିଛି। ଯାହା ଫଳରେ ପର୍ଯ୍ୟଟନ ମାନେ ମଧ୍ୟ ଏଠାକୁ ଆସିବା ବନ୍ଦ ହୋଇଯାଇଛି । ଫଳରେ ହଜାର ହଜାର ମାଙ୍କଡ଼ ଗୁଡ଼ିକ ଖାଦ୍ୟ ଅଭାବରୁ ଡହଳ ବିକଳ ହେଉଛନ୍ତି। ମାଙ୍କଡ଼ ମାନଙ୍କ ପାଇଁ ସ୍ଥାନୀୟ ସ୍ୱେଚ୍ଛା ସେବୀ ଅନୁଷ୍ଠାନ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେତକ ଖାଇ ସେମାନେ ବଞ୍ଚିଛନ୍ତି ।
ମନ୍ଦିରରେ ମାଙ୍କଡ଼ଙ୍କ ସଂଖ୍ୟା ଅନେକ ହୋଇଥିବାରୁ ସେମାନଙ୍କୁ ଖାଦ୍ୟ ନିଅଣ୍ଟ ପଡ଼ୁଛି । ଏହି ପରିପେକ୍ଷିରେ କିଛି ବୁଦ୍ଧିଜୀବି, ଆଇନଜୀବୀ ମାଙ୍କଡ଼ ମାନଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏହାସହ ମାଙ୍କମାନଙ୍କୁ ପେଟ ପୁରା ଖାଇବାକୁ ଯୋଗାଇ ଦେବାକୁ ଦାବି ହେଉଛି ।
ଆଜି ସାର ବିଶ୍ୱ ମହାମାରୀକୁ ନେଇ ଯେଉଁ ଭଳି ବଡ଼ ସଂକଟରେ ପହଁଚିଛି। ଏଥିରେ ପ୍ରତ୍ୟୋକ ଟି ଜୀବନ ବଞ୍ଚିବା ମୂଲ୍ୟବାନ । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଯତ୍ନବାନ ହେବା ନିହାତି ଆବଶ୍ୟକ। ଯାହା ଫଳରେ ନିରୀହ ଅଜ୍ଞାନୀ ପଶୁପକ୍ଷୀ ଏହି ମହାମାରୀରୁ ବି ବଞ୍ଚି ପାରିବେ।
