ଭୁବନେଶ୍ୱର: ରାଜ୍ୟରେ କୋହଳ ହେଲା ଲକ୍ଡାଉନ୍ । ରାଜ୍ୟରେ ଲକ୍ଡାଉନ୍ ଘୋଷଣା ପରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହେବା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଏପ୍ରିଲ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲେ ମଧ୍ୟ ଏହି ସମୟରେ କେତେକ କାର୍ଯ୍ୟ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସରକାରଙ୍କ ଘୋଷଣା ଅନୁସାରେ କୃଷି, ସମବାୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ପଞ୍ଚାୟତିରାଜ , ଜଙ୍ଗଲ ଓ ପରିବେଶ ବିଭାଗ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କାର୍ଯ୍ୟକ୍ରମ ଯଥାରୀତି ଚାଲିବ ।
ଅର୍ଥାତ ଏ ସବୁ ବିଭାଗ ପାଇଁ ଳକ୍ଡାଉନ୍ କୋହଳ କରାଯାଇଛି । ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାମାଜିକ ଦୂରତା ବଜାୟ ରଖି କୃଷି କାର୍ଯ୍ୟ, କୃଷି ସାମଗ୍ରୀ ପରିବହନ ଓ ବିକ୍ରୟ କାର୍ଯ୍ୟ ଜାରି ରହିବ ବୋଲି ଅତିରିକ୍ତ ଶାସନ ସଚିବ କହିଛନ୍ତି ।
ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।
ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।
ଅଧିକ ପଢ଼ନ୍ତୁ ଓଡିଶା ଖବର: