
ବାଲେଶ୍ଵର : କ୍ଵାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ଵାରେଣ୍ଟାଇନ ସେଣ୍ଟରରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଳଦା ଗ୍ରାମର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନି ବିହାରୀ ମଲ୍ଲିକ। ସେ ମୁମ୍ଵାଇରେ ଗତ କିଛି ବର୍ଷ ହେବ କାମ କରୁଥିଲେ। ବିପିନ ତାଲାବନ୍ଦ କାରଣରୁ ନିଜ ଗାଁକୁ ଫେରି କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ତେବେ ବିପିନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଗତ 27 ତାରିଖରେ ଜଳଦା ଗ୍ରାମର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନି ବିହାରୀ ମଲ୍ଲିକ ମୁମ୍ଵାଇରୁ ଫେରି 29 ତାରିଖରେ ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ଗତକାଲି ରାତିରେ ବିପିନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନେବାକୁ 108 ମନା କରିଦେଇଥିଲା। ଫଳରେ ବିପିନଙ୍କୁ ବାଇକ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିପିନଙ୍କ ମୃତ୍ୟୁ ଘଟିଛି।
