ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
ଖରାର ପ୍ରକୋପ, ଆହୁରି ବଢ଼ିବ
ଭୁବନେଶ୍ୱର: ରାଜ୍ୟରେ ଖରା ଆରମ୍ଭ ହୋଇସାରିଛି । କିଛି ଦିନ ହେବ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି । ତେବେ ମାର୍ଚ୍ଚ ମାସ ସରିନଥିବାବେଳେ ଖରା ହେଉଥିବାରୁ ଲୋକମାନେ ଚିନ୍ତା ପ୍ରକଟ କରୁଛି । ଖରାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଗତ ଦୁଇ ଦିନ ହେଲା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଆଜିଠାରୁ ଖରା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି ।
ସାରା ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୮ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ଅନୁମାନ କରାଯାଉଛି ।
Download Argus News App
